STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଅଲକ୍ଷରେ

ଅଲକ୍ଷରେ

1 min
263

ଅନାୟାସେ ସଞ୍ଚି ଚାଲ ଯେବେ ତୁମେ 

ବେପରୁଆ ଆଶା ଓ ସ୍ୱପ୍ନର ବୃଥା ସମ୍ପତିକୁ,

ଜାଣି ପାର ନାହିଁ ଅବଶୋଷର ଉଚ୍ଚ ସ୍ତୁପ ସବୁ 

ଗଢ଼ା ହୁଏ ତୁମ ଅଲକ୍ଷରେ

ଝୁରିବ ଜୀବନ ତୁମ ଆଗତ ଦିନରେ 

ଏକ ଚିନ୍ତା ହୀନ ଘନ ସୁସୁପ୍ତିକୁ।


ପ୍ରାପ୍ତିର ବିମୁଗ୍ଧ ପ୍ରଲୋଭନରେ ପଡ଼ି

ଯେବେ କରି ଚାଲ ବେଧଡ଼କ କଳା କର୍ମ ମାନ,

ପ୍ରାରବ୍ଧର କଳାପାଣି ନିର୍ଦ୍ଧାରିତ ହୁଏ

ଅଜାଣତେ ତୁମ ଅଲକ୍ଷରେ

ନିଷ୍ଫଳ ସେଦିନ ହେବ ଫେରିବାର ସମସ୍ତ ଯୋଜନା

କର୍ମଫଳ ଭୋଗିବା ହିଁ ହେବ ପ୍ରାୟଶ୍ଚିତର ଏକମାତ୍ର ସ୍ଥାନ।


କଥା କିମ୍ବା ବ୍ୟବହାରରେ ଯେବେ ତୁମେ

କ୍ଷୁର୍ଣ୍ଣ କର ଅପରର ଅଭିମାନ କିମ୍ବା ଚିତ୍ତର ସ୍ଥିରତା,

ତୁମ ସମ୍ମୁଖରେ ଏକ ନିଶ୍ଚୟ ଯୁଦ୍ଧକ୍ଷେତ୍ରଟିଏ

ଗଢ଼ା ହୁଏ ତୁମ ଅଲକ୍ଷରେ

ଯେଉଁଥିରେ ତୁମ ସହ କ୍ଷତାକ୍ତ ହୁଅନ୍ତି ଅନେକ ଜୀବନ

ତେଣୁ ଦୃଢ଼ ଭାବେ ମାନିନିଅ ଏକ ହିତକର ଆଚାର ସଂହିତା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract