STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ନାଗଫେଣି

ନାଗଫେଣି

1 min
387

ନାଗଫେଣି ଗଛରେ ବି ଫୁଲ ଫୁଟେ

ନା ସେ ଫୁଲ କଣ୍ଟା ଦ୍ୱାରା କ୍ଷତାକ୍ତ ହୁଏ

ନିଜ ଦୁର୍ବଳତା ପାଇଁ

ନା ସେ କଣ୍ଟା ଫୁଲ ଦ୍ୱାରା ନିନ୍ଦିତ ହୁଏ

ନିଜ ରୁକ୍ଷତା ପାଇଁ

ସୁସଜ୍ଜିତ ଉଭୟ ଗୋଟିଏ ପରିଧିରେ

ଜୀବନ ଏହିପରି ଏକ 

ବିପରୀତ ଧର୍ମୀ ଚରିତ୍ରର ସଂଯୋଜିତ ସଙ୍ଗମ ସ୍ଥଳଟେ। 


କିନ୍ତୁ ଯଦି ନିଜ ସ୍ଥିରତାର ଟଳମଳ ହୁଏ

କେହି ଯଦି ସୀମା ଟପି ଯାଏ

କରିବାକୁ ଅଧିଗ୍ରହଣ ଅପରର ସ୍ଥାନ

ତେବେ ସମନ୍ନ୍ଵୟ ଭାଙ୍ଗିଯାଏ ସହାବସ୍ଥାନର,

ବିଗିଡ଼ି ଯାଏ ଏକ ସୁସଂହତ ସଂସାରଟିଏ

ଯେବେ ଅଧିକାର ନାମରେ କେହି ଜଣେ ଦାବୀ କରେ

ନିଜ ଛଡ଼ା ଅପରର ସ୍ଥିତି ଓ ସଂସ୍କାର।


ଯେତେବେଳେ ଜିଦ୍ ଆବୋରି ନିଏ

ସମ୍ପର୍କର ସବୁ ଶୃଙ୍ଖଳକୁ 

ଯେବେ ସମର୍ପଣର ବନ୍ଧ ଭାଙ୍ଗିଯାଇ

ସ୍ୱର ଉଠେ ସଶକ୍ତିକରଣର

ସେତେବେଳେ ଅସମ୍ଭବ ହୋଇଯାଏ 

ଫୁଲ ସହ ଫୁଲ ଓ କଣ୍ଟା ସହ କଣ୍ଟାର ସହବାସ ମଧ୍ୟ

ଫୁଲ ହୁଏ ନିର୍ଯାତିତା 

ଓ କଣ୍ଟା ପାଏ ଅତ୍ୟାଚାରୀର ଆଖ୍ୟା

ବୁଝାମଣା ଯେବେ ହୁଏ ନିତାନ୍ତ ଅବାଧ୍ୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract