STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

କାନ୍ଦୁରୀ ଝିଅ

କାନ୍ଦୁରୀ ଝିଅ

1 min
268


ଯେଉଁ ଝିଅ କାନ୍ଦୁରୀ

ସେ ମନରୁ ବହୁତ ସୁନ୍ଦରୀ

ମନରେ ରଖି ନ ଥାଏ କପଟ

ସେ ଯେ ବହୁତ ସଚ୍ଚୋଟ।


ସେ ସିନା ଛୋଟ ଛୋଟ କଥାରେ

କାନ୍ଦଇ ସେ ଏତେ

କେବଳ ପ୍ରେମ ଥାଏ ତାର ହୃଦୟରେ

ମନର ଭାବନା ଥାଏ

ମୁଖ ଆଗରେ

କରି ପାରେ ନା ଛଳନା କେବେ

ହୃଦୟଟି ତାର ନିର୍ମଳ ଏତେ

କାଚ ପରି ସ୍ୱଚ୍ଛ ସତେ

ଟିକେ ଟିକେ କଥାରେ

କାନ୍ଦି ପକାଏ ସେ ଯେ

ପୁଣି ଟିକେ ଟିକେ କଥାରେ ଖୁସି ହୋଇ ଯାଏ ଏତେ

ଛୋଟ ପିଲାଟି ପରି ତାର ହୃଦୟ ଯେ

ଝିଅ ନୁହେଁ ସେ ତ ଫୁଲଟିଏ।


ଆଖିରେ ରଖି ମିଶାଇ

ସତ କଥା କୁହଇ

ମନରେ ଦ୍ୱିଧା ନ ରଖି

କାରଣ ତାର ମନଟି

ପୁରା ନିର୍ମଳ ଅଟଇ ଜଳ ପରି ।


ତାର କାନ୍ଦ ଦେଖି

ସବୁ ଭାବନ୍ତି ସେ ଦୁର୍ବଳ ବୋଲି

ହେଲେ ସେ ଯେ ଦୁର୍ବଳ ଜମାରୁ ନୁହଇ

ଖରାପ ପରିସ୍ଥିତିରେ ଯେତେବେଳେ ସେ ପଡଇ

ନିଜ ସ୍ୱାଭିମାନକୁ ବଞ୍ଚାଇବା ପାଇଁ

ସେ ଫୁଲ ଝରି ହୋଇ ନ ରହି

ସାଜଇ ପୁଣି ଚଣ୍ଡି।


ଖରାପ ପରିସ୍ଥିତିରେ ପଡି

ହୃଦୟକୁ ଦୃଢ କରି

ଚଟାଣ ପରି ପରିସ୍ଥିତିକୁ ସାମ୍ନା କରଇ

ସମସ୍ତେ କୁହନ୍ତି ସତରେ ସେ ସେଇ କାନ୍ଦୁରୀ ଝିଅଟି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract