ନଵ ଵର୍ଷର ଭାବନା
ନଵ ଵର୍ଷର ଭାବନା
ରାଷ୍ଟ୍ର, ଏକ ଅନୁଷ୍ଠାନ, ଅସ୍ତିତ୍ୱ ଥାଏ ତାହାର
ରହେ ଯେବେ ସମସ୍ତ ଲୋକ ମାନଙ୍କ ଉତ୍ତମ ବିଚାର l
ଲୋକଙ୍କର ନିଜ ନିଷ୍ଠା ଚେଷ୍ଟା ଜ୍ଞାନ ସାହସରେ
ଦେଶ ରକ୍ଷା ହୁଏ ଦେଶପ୍ରେମୀର ଭାବନାରେ l
ଯେଉଁ ଦେଶରେ ଲୋକ ଥାଆନ୍ତି ନିଜର ସ୍ୱାର୍ଥରେ
ପୁଞିପତି ଥାଆନ୍ତି ପୁଞ୍ଜିପାଇଁ ଦେଶର ଧନ ଲୋଟିବାରେ l
ଏ ଦେଶର କିଛି ନେତା ଦେଶର ଦ୍ରୋହୀ ଅଛନ୍ତି
ଦେଶପ୍ରେମୀ ଵୋଲି ଜୋର ସ୍ୱରରେ ବଡ଼ ବଡ଼ ଭାଷଣ ଦିଅନ୍ତି l
ଗାଁରେ ମୋର ଵହୁ ଵର୍ଷ ଧରି ମନ୍ଦିର ମସଜିଦ ଥିଲା
ଧରମ ଧରମ ନାମରେ କଳିଗୋଳ ଭାରତରେ ନଥିଲା l
ଆସିଲା ଇଂରେଜ ବେପାରୀ ଆମ ଦେଶକୁ ବେପାର ପାଇଁ
କାନେ କାନେ ଫୋଡ଼ିଲା ସାମ୍ପ୍ରଦାୟିକ ମନ୍ତର ଶୁଣରେ ଭାଇ l
ସେମାନଙ୍କ ଗୋଡ଼ାଣିଆ ଏ ଦେଶରେ ଭର୍ତ୍ତି ହୋଇ ରହିଛନ୍ତି
କାନେ କାନେ ସାମ୍ପ୍ରଦାୟିକ ମନ୍ତର ଭୋଟ ପାଇବା ପାଇଁ ଫୋଡ଼ନ୍ତି ।
ସତ୍ୟ, ଆମ ଶାସ୍ତ୍ର କହେ ପୃଥିବୀ ଆମର ଗୋଟିଏ ଘର
ମୋର ନଵ ଵର୍ଷରେ ଯୁଦ୍ଧରେ ନବହୁ ଆଉ ନଈ ରକତର l
ନଵ ଵର୍ଷରେ ଆସୁ ଉତ୍ତମ ବିଚାର ଅସୀମ ସାହସର ଜୀବନ
ନିସ୍ୱାର୍ଥ ସେବା ଭାବନା ଅଖଣ୍ଡତା ରକ୍ଷା କରିବାର ଜ୍ଞାନ l
ଆସୁ ସ୍ନେହ ପରିବାର, ପଡ଼ୋଶୀ ବନ୍ଧୁ ବାନ୍ଧବ, ଦେଶ ଦେଶ ମଧ୍ୟରେ ଏହାତ ଆମ ଦେଶର ବୈଭବ ଧରମ ସଂସ୍କୃତି ହିନ୍ଦୁ ସମାଜରେ l
ହୁଅ କ୍ରାନ୍ତିକାରୀ ଜାଗ୍ରତ ପ୍ରହରୀ ଗଢ଼ ତୁମର ସଂଗଠନ
ଆପଣା ପ୍ରାଣକୁ ତୁଚ୍ଛ ମନେ କରି ଲଢ଼ିବା ଦୂର କରିବାକୁ ଉତ୍ପୀଡ଼ନ ।
ଆଜି ନବ ବର୍ଷର ଭାବନାରେ ଶିକ୍ଷା ନେବା ଦେଶ ଗୌରବର ଲେଖା
ଭେଦଭାବ ଭୁଲି ହୋଇ ଏକାକାର ସର୍ବେ ଚାଲିବା ହୋଇ ଏକମୁଖା ।
