ରଙ୍ଗ ପାପୁଲି
ରଙ୍ଗ ପାପୁଲି
କେତେ ଯତନେ ପିଚକାରୀ ପର୍ବ ଆସି ବୋଳି ଗଲା ରଂଗ
ଶିହରଣ ଖାଲି ଦରଦୀ ଏବେ ହାତ ପାପୁଲିରେ ତରଂଗ ।
ପାହାନ୍ତି କିରଣୁ ରବିଂକ ମଥାରୁ ଚେନାଏ ରଂଗ ଆଣି
ଫଗୁଣ ସାଥେ ଭିଜା ବସନ୍ତ ବକୂଳ ବନେ ହୋଲି କ୍ରୀଡା ପୁଣି ।
ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ପାଣି ଫୋଟକା ପରି ନିମିସେ ସେ ସମାପନ
ହାତେ ଅବଶେଷ ସାଇତା ରଂଗ ପୁଣି ନୂଆଁ ଆବାହନ ।
ଏଇ ସନ ସବୁ ରଂଗ ସରିଗଲା ପୁଣି ଆଗାମୀ ବସଂତିକା ପାଇଁ ସପନ
ଜୀବନ ଲହରୀ ବହି ଚାଲିଥାଏ ସାତ ରଂଗ ଶତ ଅଭିସାର ମାନ ।
ପୁଣି ନୁଆଁ ସକାଳ ନୂଆଁ ଅଭିଯାନ ସଫେଦ ଗନ୍ତବ୍ୟ ଯାତ୍ରା
ସାଉଁଟି ସାଉଁଟି ପାର କରିଦବା ନେଇ ସାଥେ ନବ ଅଭିଜ୍ଞତା ।