STORYMIRROR

Bharati Bhusan Das

Abstract

3  

Bharati Bhusan Das

Abstract

ମୋକ୍ଷ 🙏🙏🙏

ମୋକ୍ଷ 🙏🙏🙏

1 min
15

      ଧର୍ମ ଧରିଅଛି ଧରଣୀ

     ଅର୍ଥ ସଦା ଅନର୍ଥ

    କାମନା ବାସନା ଲାଳସା

     ଜୀବନ କୁ କଦର୍ଥ।

ଧର୍ମ ନାମେ ଏଠି ସଂସାର

    ପଥ ଭ୍ରଷ୍ଟ ହୁଅଇ

ଅର୍ଥ ପାଇଁ ନିତି କଳହ

  ଦେଖୁଅଛେ ତ ଭାଇ।

କାମନା ଜାଗ୍ରତ ହୃଦୟେ

   ସ୍ଥାନ ଗୁଣ ଜାଣେନା

କାମ ବାସ ଭରି ଜହ୍ଲାଦ

  ବିଷ ମୁଖେ ଲଳନା।

ମୋକ୍ଷ ମାର୍ଗେ ମାନବିକତା

   ସତସଙ୍ଗ ରେ ଜୀବନ

ଆସୁରିକ ବୃତ୍ତି ନିବୃତ୍ତ

 ମୋକ୍ଷ ମାର୍ଗେ ଦର୍ଶନ।

ଜପ ତପ ହୃଦେ ମାନବ

 ମୋକ୍ଷ ହୁଏ ସଂସାରେ

ଶ୍ରେୟ ଅଟେ ସେହୁ ଗୁଣୀକେ

   ଶ୍ରେଷ୍ଠ ବିଚାର ବାରେ।

ପରମ ଆତ୍ମା ଙ୍କୁ ନମନ

  ସଦା ଭକ୍ତି ଚେତନ

ମୋକ୍ଷ ଦ୍ୱାରେ ଆଧ୍ୟାତ୍ମିକତା

    ସଦା ରଖିଛି ମାନ।

ଧର୍ମ କରି ଧର୍ମ ଧରିବା

କର୍ମ ଗୁଣେ କୌଳିକ

ଅର୍ଥ ନୁହେଁ ଚିନ୍ତାଧାରା ରେ

କାମନା ରେ ମୌଳିକ।

ମୋକ୍ଷ ମାର୍ଗ ଟିକୁ ବିଚାର

ସୁଧୀ ସୁଜ୍ଞାନୀ ଜନ

ଚାରି ମଧ୍ୟେ ଶ୍ରେୟ ମୋକ୍ଷ ଯେ

ନୁହେଁ କଦା ଶ୍ରୀହୀନ।

ଜନ୍ମ ମୃତ୍ୟୁ ଜରା ରୋଗରେ

ଭକ୍ତି ଭାବ କୁ ବହି

ଚରଣାଶ୍ରିତ ହେବାକୁ ଯେ

ଯଥା ରଚିଛି ବିହି।

ସୁଗମ ଜୀବନ ପାଥେୟ

    ହୃଦେ ଆତ୍ମୀୟ ଥାଉ

ମୋକ୍ଷ ମାର୍ଗେ ଚଳିବାକୁ ହେ

   ବିଚାର ଚିତ୍ତେ ରହୁ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract