STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଚିନ୍ତିତ !

ଚିନ୍ତିତ !

1 min
16


ଜ୍ଞାନ ଶୂନ୍ୟ ହୁଏ


ବୁଦ୍ଧି ଦିଶେ ନାହିଁ 


କମ୍ପିତ ହୁଏ ଶରୀର,


ଭଜି ପାରୁ ନାହିଁ


ବସି ପାରୁ ନାହିଁ


ଯନ୍ତ୍ରଣା ହୁଏ ଅପାର !!


ଶେଷ ଏ ମୁହୂର୍ତ୍ତ


ଜୀବନ ଯାତ୍ରାର


ରୂପ ନେତ୍ରେ ଦିଶୁ ତୋର 


ସବୁ ଭୁଲି ଯିବି


ନେତ୍ରେ ଦେଖୁ ଥିବି


କରୁଣା କର ଈଶ୍ୱର !!


ଭରସା କରିଛି


ଚରଣେ କାଳିଆ


ଅନ୍ୟ କିଛି ଜାଣେ ନାହିଁ,


ଦୂର ପ୍ରଦେଶରୁ


ଡାକୁଛି ଠାକୁର


ନୟନେ ଦିଅହେ ଚାହିଁ !!


ପ୍ରାଣ ପଛେ ଯାଉ


ମାତୃଭାଷା ରହୁ


ଛାମୁରେ କରେ ଗୁହାରି,


ସନ୍ତାନେ ପଢିବେ


ଜନନୀର ଭାଷା


ଭାଷା ଶିକ୍ଷା ଦିଅ ଭରି !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract