ଚିନ୍ତିତ !
ଚିନ୍ତିତ !
ଜ୍ଞାନ ଶୂନ୍ୟ ହୁଏ
ବୁଦ୍ଧି ଦିଶେ ନାହିଁ
କମ୍ପିତ ହୁଏ ଶରୀର,
ଭଜି ପାରୁ ନାହିଁ
ବସି ପାରୁ ନାହିଁ
ଯନ୍ତ୍ରଣା ହୁଏ ଅପାର !!
ଶେଷ ଏ ମୁହୂର୍ତ୍ତ
ଜୀବନ ଯାତ୍ରାର
ରୂପ ନେତ୍ରେ ଦିଶୁ ତୋର
ସବୁ ଭୁଲି ଯିବି
ନେତ୍ରେ ଦେଖୁ ଥିବି
କରୁଣା କର ଈଶ୍ୱର !!
ଭରସା କରିଛି
ଚରଣେ କାଳିଆ
ଅନ୍ୟ କିଛି ଜାଣେ ନାହିଁ,
ଦୂର ପ୍ରଦେଶରୁ
ଡାକୁଛି ଠାକୁର
ନୟନେ ଦିଅହେ ଚାହିଁ !!
ପ୍ରାଣ ପଛେ ଯାଉ
ମାତୃଭାଷା ରହୁ
ଛାମୁରେ କରେ ଗୁହାରି,
ସନ୍ତାନେ ପଢିବେ
ଜନନୀର ଭାଷା
ଭାଷା ଶିକ୍ଷା ଦିଅ ଭରି !!
