STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ବାହୁଡ଼ା ଯାତ୍ରା

ବାହୁଡ଼ା ଯାତ୍ରା

1 min
22


ଏଇ ଯେ ଆସିଛି ବାହୁଡ଼ା ଯାତ୍ରା 

କଳି କି ପାରିବି ଲୋକଙ୍କ ମାତ୍ରା 

ଏହି ବଡ଼ଦାଣ୍ଡେ ଭକ୍ତ ଆବଦ୍ଧ 

     ବିଶ୍ଵ ପ୍ରସିଦ୍ଧ

     ଅବାଳ ବୃଦ୍ଧ 

     ପ୍ରେମରେ ମତ୍ତ 

     ଧର୍ମ ହିଁ ସତ୍ୟ

     ଏ କଥା ଚିନ୍ତି 

      ଅଛନ୍ତି ମାତି

ଭୂମିରେ ଗଡୁଛି ସମର୍ପଣ କରି

  ପାଇବି ଅପାର ଶାନ୍ତି।

ଆହା ବଡ଼ଦାଣ୍ଡ ସୁନ୍ଦର କାନ୍ତି

କୋଳେଇ ସଭିଙ୍କୁ କରିକି ପ୍ରୀତି

 ହସୁଛ କାଳିଆ ଭକ୍ତଙ୍କୁ ଦେଖି

     ପବନ ସାକ୍ଷୀ 

     ଆଲୋକ ଆଖି

     ଶରଧା ବାଲି 

     ଯାଇଛି ଭୁଲି

     ଟଙ୍କ ତୋରାଣି

     ପିଉନି ଜାଣି 

ଜଗନ୍ନାଥଙ୍କ କୃପା ଆଉ ଭିକ୍ଷା 

  ଆସିକି କରୁଛି ଶିକ୍ଷା।

ମହୋଦଧି ତୀରେ ଗାଧୋଉ ନାହିଁ

ଅରୁଣ ସ୍ତମ୍ଭକୁ ଛୁଇଁବି କାହିଁ

ଭୁଲିଛି ନିଶ୍ଚିତ ହୋଇ ବାଇଆ 

     ଜଗା ବଳିଆ

     ସୁଭଦ୍ରା ହିଆ

     ଦେଖିବା ପାଇଁ 

     ଆସିଛି ଧାଇଁ

     ଆଖି ପୂରେଇ 

     ପ୍ରେମରେ ବାଇ 

ନିଜର କଲ୍ୟାଣ ପାଇଁ ସଜବାଜ

  ଶ୍ରୀ ଜଗନ୍ନାଥଙ୍କୁ ଆଜ।

ନେତକୁ ଦେଖିନି ଶ୍ରୀ ମନ୍ଦିରରେ

ନରେନ୍ଦ୍ର ପୋଖରୀ ବହୁତ ଦୂରେ 

କାହିଁକି ଯିବିରେ କୁହ କାଳିଆ

     ମନ ଛାନିଆ

     ମାଉସୀ ମାଆ 

     ପୋଡ଼ ପିଠାକୁ 

     ଖାଇଛ ୟାକୁ

     ଦେବକି ଖଣ୍ଡେ

     ଚାହିଁଛି ଦାଣ୍ଡେ 

ତୋର ଏ ଅଇଁଠା ପୋଡ଼ପିଠା ଖାଇ

  କୃତାର୍ଥ ଓ ଧନ୍ୟ ହୋଇ।

ମୃତ୍ୟୁର କୋଳକୁ ଯାଆନ୍ତି ପ୍ରଭୁ

ନନ୍ଦିଘୋଷେ ବସି ଅନେଇଁ ଥିବୁ

ପତ୍ନୀ ପୁତ୍ର ନାତି ଯିବେନି କେହି

     ଏକଲା ମୁହିଁ

     ଆକୁଳ ହୋଇ

     ପ୍ରାର୍ଥନା ତୋତେ

     ମାଗୁଛି ହାତେ

     କରୁଣା ହେଉ

     ହେ ମହାବାହୁ

ବାହୁଡ଼ା ଯାତ୍ରାରେ କରିଦିଅ ଖେଳ

   କିଛି ହିଁ ମନେ ନ ଭାଳି।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract