ବାହୁଡ଼ା ଯାତ୍ରା
ବାହୁଡ଼ା ଯାତ୍ରା
ଏଇ ଯେ ଆସିଛି ବାହୁଡ଼ା ଯାତ୍ରା
କଳି କି ପାରିବି ଲୋକଙ୍କ ମାତ୍ରା
ଏହି ବଡ଼ଦାଣ୍ଡେ ଭକ୍ତ ଆବଦ୍ଧ
ବିଶ୍ଵ ପ୍ରସିଦ୍ଧ
ଅବାଳ ବୃଦ୍ଧ
ପ୍ରେମରେ ମତ୍ତ
ଧର୍ମ ହିଁ ସତ୍ୟ
ଏ କଥା ଚିନ୍ତି
ଅଛନ୍ତି ମାତି
ଭୂମିରେ ଗଡୁଛି ସମର୍ପଣ କରି
ପାଇବି ଅପାର ଶାନ୍ତି।
ଆହା ବଡ଼ଦାଣ୍ଡ ସୁନ୍ଦର କାନ୍ତି
କୋଳେଇ ସଭିଙ୍କୁ କରିକି ପ୍ରୀତି
ହସୁଛ କାଳିଆ ଭକ୍ତଙ୍କୁ ଦେଖି
ପବନ ସାକ୍ଷୀ
ଆଲୋକ ଆଖି
ଶରଧା ବାଲି
ଯାଇଛି ଭୁଲି
ଟଙ୍କ ତୋରାଣି
ପିଉନି ଜାଣି
ଜଗନ୍ନାଥଙ୍କ କୃପା ଆଉ ଭିକ୍ଷା
ଆସିକି କରୁଛି ଶିକ୍ଷା।
ମହୋଦଧି ତୀରେ ଗାଧୋଉ ନାହିଁ
ଅରୁଣ ସ୍ତମ୍ଭକୁ ଛୁଇଁବି କାହିଁ
ଭୁଲିଛି ନିଶ୍ଚିତ ହୋଇ ବାଇଆ
ଜଗା ବଳିଆ
ସୁଭଦ୍ରା ହିଆ
ଦେଖିବା
ପାଇଁ
ଆସିଛି ଧାଇଁ
ଆଖି ପୂରେଇ
ପ୍ରେମରେ ବାଇ
ନିଜର କଲ୍ୟାଣ ପାଇଁ ସଜବାଜ
ଶ୍ରୀ ଜଗନ୍ନାଥଙ୍କୁ ଆଜ।
ନେତକୁ ଦେଖିନି ଶ୍ରୀ ମନ୍ଦିରରେ
ନରେନ୍ଦ୍ର ପୋଖରୀ ବହୁତ ଦୂରେ
କାହିଁକି ଯିବିରେ କୁହ କାଳିଆ
ମନ ଛାନିଆ
ମାଉସୀ ମାଆ
ପୋଡ଼ ପିଠାକୁ
ଖାଇଛ ୟାକୁ
ଦେବକି ଖଣ୍ଡେ
ଚାହିଁଛି ଦାଣ୍ଡେ
ତୋର ଏ ଅଇଁଠା ପୋଡ଼ପିଠା ଖାଇ
କୃତାର୍ଥ ଓ ଧନ୍ୟ ହୋଇ।
ମୃତ୍ୟୁର କୋଳକୁ ଯାଆନ୍ତି ପ୍ରଭୁ
ନନ୍ଦିଘୋଷେ ବସି ଅନେଇଁ ଥିବୁ
ପତ୍ନୀ ପୁତ୍ର ନାତି ଯିବେନି କେହି
ଏକଲା ମୁହିଁ
ଆକୁଳ ହୋଇ
ପ୍ରାର୍ଥନା ତୋତେ
ମାଗୁଛି ହାତେ
କରୁଣା ହେଉ
ହେ ମହାବାହୁ
ବାହୁଡ଼ା ଯାତ୍ରାରେ କରିଦିଅ ଖେଳ
କିଛି ହିଁ ମନେ ନ ଭାଳି।