Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Abstract Others

3  

PUSPALATA SAHOO

Abstract Others

ବିରହର ଦୁଃଖ

ବିରହର ଦୁଃଖ

1 min
272


ଫଗୁଣର ଫଗୁ ଫୁଲେଇ ହେଉନି 

କୁସୁମ କରୁନି କେଳି 

ଝାଉଁଳି ଯାଇଛି ଫୁଲ ଗଛ ଡାଳେ 

ମନ ଚାଁହୁ ନାହିଁ ମେଳି !


କୋଇଲିର ତାନ ବେସୁରା ଶୁଭୁଛି 

ଆମ୍ବ ବନ ଲାଗେ ଖଟା 

ଗୁଣୁଗୁଣୁ ଗୀତ ମଧୁପ ଗୁଞ୍ଜନ 

ସବୁ ଲାଗେ ଆଜି ଫଟା !


ପ୍ରଜାପତି ଡେଣା ଚିତ୍ର ବିଚିତ୍ର 

ଲାଗୁନି ଆଖିକୁ ଭଲ 

ମନ ଦରିଆରେ ସପନ ଭାସୁନି 

ହୃଦ ହୁଏ ହଲଚଲ !


ଅଦିନ ଶ୍ରାବଣ ଧୋଇ ଦେଲା ସବୁ 

ଜୀବନେ ଆସିଲା ଝଡ଼ 

ବିରହୀ ପ୍ରେମିକା ଭାଙ୍ଗିଛି ସପନ 

ଦୁଃଖରେ ମୁଁ ଜଡ଼ଷଡ଼ !


ବିରହର ଦୁଃଖ ବିରହୀ ତ ଜାଣେ 

କେହି ପାରେନା ତ ବୁଝି 

କିଏ ବୁଝାଇବ ମନକୁ ମୋହର 

ବିରହେ ହେଉଛି ଛନ୍ଦି !



Rate this content
Log in

Similar oriya poem from Abstract