STORYMIRROR

Samar Ballav Bhoi

Abstract Inspirational

3  

Samar Ballav Bhoi

Abstract Inspirational

ସୁଡ଼ଙ୍ଗ ର ଆରମ୍ଭ

ସୁଡ଼ଙ୍ଗ ର ଆରମ୍ଭ

1 min
183


ସୁଡ଼ଙ୍ଗ ଏକ ଗୁପ୍ତ ସ୍ଥାନ

ଯେଉଁଠି କିଛି ଗୁପ୍ତ ଥାଏ

ବିଜ୍ଞାନର ଅପହଞ୍ଚ

ପ୍ରକୃତିର ଗନ୍ତାଘର 

ମଣିଷର ଜୀବନ ଶୈଳୀରେ

ଅନେକ ସୁଡ଼ଙ୍ଗ

କିଏ ଏଠି ବଂଚିବା ପାଇଁ

ସକାଳରୁ ସନ୍ଧ୍ୟା ଯାଏଁ

ପେଟ ପିଠି କୁ ଭାଙ୍ଗି 

ଭୋକିଲା ପେଟରେ ଟିକିଏ ଦାନା 

ଶରୀର ପାଇଁ ଛିଡା ଲୁଗା ଖଣ୍ଡେ

କେତେବେଳେ କିଛି ର ମିଳିବାର ଆଶା

ପୁଣି କେତେବେଳେ କିଛି ନାହିଁ 

ସତରେ ମଣିଷର ଜୀବନ ପାଇଁ

ଅଭାବ ଅନାଟନ ଲାଗିଥାଏ

ବୋଧେ ଆଗକୁ ଯନ୍ତ୍ରଣାର

ସୁଡ଼ଙ୍ଗର ଆରମ୍ଭ।।


ବିଶ୍ବାସର ଅଧାଗଢ଼ା ରାସ୍ତା

କେତେ କୋଶ କୋଶ ବାଟ

ଚାଲି ଚାଲି ପଡୁଛି ଯେ ଥକି

ଦରିଦ୍ରତାର କଷାଘାତରେ

ଗୁପ୍ତ ହୋଇ ଯାଉଛି

ଭବିଷ୍ୟତ ସବୁ ......

ଫିଟିବ କି ଆଉଥରେ

ନୂତନ ଭାବନାର

ଭବିଷ୍ୟତ ସୁଡ଼ଙ୍ଗର ରାସ୍ତା।।


ନୀଚମନା ଅହଂକାର ଅମାନୁଷିକ

ଅଶୁଦ୍ଧ ବାତାବରଣରେ 

‌ହଜି ଯାଉଛି ଆସନ୍ତା ଭବିଷ୍ୟତ

ବିକାଶ ଓ ବିନାଶର ସ୍ପଷ୍ଟ ଚିତ୍ରରେ

ଏ ମଣିଷ ଖୋଜୁଛି

ଏକ ସ୍ବତନ୍ତ୍ର ଓ ନିଆରା ପରିଚୟ

କେଉଁ ଏକ

ଅସହ୍ୟ ଅଜଣା 

ସୁଡ଼ଙ୍ଗର ଆରମ୍ଭ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract