ଲୁହର ଧାର
ଲୁହର ଧାର
ସମୁଦ୍ରର ଲୋଟାଏ ପାଣି
ଆଖିରେ ମୋ ଲୁହ ଧାର
ବୁଝିନପାରି ଟପିଯାଏ
ନିଜ ସୀମାର ଗାର । ୧
ତେଲ ଲୁଣ ପାଣି ଛପର
କାନ କାନ୍ଥର
ଅଟ୍ଟହାସ୍ୟ କରି ଊଡାନ୍ତି
ମୋ ଭଙ୍ଗା ସ୍ୱପ୍ନର
ଆଖିରେ ମୋ ଲୁହର ଧାର ।୨
ବେଙ୍ଗ ଝିଟିପିଟି ଗାଇ
ଚାହାନ୍ତି କେଇ ନାହିଁ
ଦରଭଙ୍ଗା ପାହାଚର ଅବଷିଷ୍ଟାସଂ
ଆଖିରେ ମୋ ଲୁହର ଧାର । ୩
ଚାରି କାନ୍ଥ ମଧ୍ୟରେ
ଗୁମୁରି ଗୁମୁରି ବାସୁଛି
ଝାଳ ମିସା ଲୁଣର ଗନ୍ଧ
ମନରେ କୋହ ଭଟ୍ଟା ଭାଙ୍ଗୁଛି
ମୋ ଆଖିରେ ଲୁହର ଧାର । ୪
କୁତ୍ରିମ ହସରେ ତିଆରି
ଏହି ଆମ ଚାରିପାଖ
କଢ଼େଇ ରେ ସମୁଦ୍ରର ଛୁଙ୍କ
ଅଲଣା ତରକାରିରେ
ମୋ ଆଖିରେ ଲୁହର ଧାର । ୫
କବାଟ ଫାଙ୍କରୁ ସୁବୁଛି
କଇଁ କଇଁ କାନ୍ଦର ସ୍ୱର
ଛପରରୁ ଗଳି ପଡୁଛି
ମୋ ଆଖିରେ ଲୁହର ଧାର । ୬
