STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସଫଳତାର ଅମ୍ଳଜାନ#ଲଭ୍-ଲଙ୍ଗୁଏଜ୍

ସଫଳତାର ଅମ୍ଳଜାନ#ଲଭ୍-ଲଙ୍ଗୁଏଜ୍

1 min
211


ନିଜ ମାତୃଭାଷା ଅମ୍ଳଜାନ ଆମ

  ଜୀବନେ ସଫଳ ପାଇଁ,

ଏହୁ ଅମ୍ଳଜାନ ନିରନ୍ତର ରହୁ

  ରକ୍ଷା ମାତୃଭାଷା ପାଇଁ।


ଅମ୍ଳଜାନ ପରା ମାତୃଭାଷା ଆମ

  ଗୁଞ୍ଜୁ ହୃଦେ ନିରନ୍ତର,

ଉଠ ନିଦ୍ରା ତେଜି ଭାଷାର ସମ୍ମାନେ

  କର କର୍ତ୍ତବ୍ୟ ରକ୍ଷାର।


ଅମ୍ଳଜାନ ଏହୁ ମାତୃଭାଷା ପାଇଁ

  ସ୍ରୋତ ପ୍ରେରଣାର ଏହୁ,

ଭାଷା ବିନୁ ଅଟେ ଏ ଜୀବନ ବୃଥା

  ଅମ୍ଳଜାନ ସଦା ରହୁ।


ଅମ୍ଳଜାନ ବିନୁ ମୂଲ୍ୟ ନାହିଁ କିଛି

  ଏହୁ ଜୀବନର ମୂଲ୍ୟ,

ଜୀବନର ନୀଳା ଅଟେ ଏହା ଯୋଗୁଁ 

  ନାହିଁ ଏହା ବିନୁ ମୂଲ୍ୟ।


ମାତୃଭାଷା ବିନୁ ଜୀବନ ଅନ୍ଧାର

  ଜ୍ଞାନୀ ବୁଝି ଥାଏ ଏହୁ,

ଜନନୀର ଭାଷା ସର୍ବୋପରି ଭବେ

  ଅମ୍ଳଜାନ ଅଟେ ଏହୁ।


ସୁରକ୍ଷା କରିବା ଆଦର କରିବା

  କର୍ତ୍ତବ୍ୟ ଅଟେ ଆମର

ତେବେ ସିନା ହେବା ସଫଳ ଜୀବନେ

  ହେବଟି କର୍ମ କ୍ଷେତ୍ରର।


ବିଚ୍ଛନ୍ନାଚଳରେ ମାତୃଭାଷା ଶିକ୍ଷା

  ମିଳୁ ଆମ ଓଡ଼ିଆ ଙ୍କୁ,

ସନ୍ତାନ ପଢନ୍ତୁ ଓଡ଼ିଆ ଭାଷାରେ

   ମିଳୁ ଅମ୍ଳଜାନ ତାଙ୍କୁ।


ଅମ୍ଳଜାନ ପରା ମାତୃଭାଷା ଅଟେ

  ତାର ବିନୁ ଶୁନ୍ୟ ସବୁ,

ଉଚ୍ଚ ହେବା ପାଇଁ ଯଦି ମନେ ଇଚ୍ଛା

  କର ଉଚ୍ଚ ଭାଷା ବାବୁ।


ଭାଷା ଅମ୍ଳଜାନ ସଙ୍ଗରେ ଧରିଣ

  ସୁରକ୍ଷା କରିବା ତାର,

ତାହା ବିନୁ ନାହିଁ ଅସ୍ତିତ୍ଵ ମନୁଷ୍ୟେ

  ଶ୍ରେଷ୍ଠ ହିଁ ଜୀବନେ କର।


ଯା ଭାଷା ଦୁର୍ବଳ ଜ୍ଞାନୀ କି କହିବା

  ଲୋକହଂସା ସବୁ କ୍ଷେତ୍ରେ,

ଭାଷା ଯୋଗୁଁ ସିନା ଉଜ୍ଜ୍ବଳ ଭବିଷ୍ୟ

  ସମ୍ମାନ ହିଁ ସବୁ କ୍ଷେତ୍ରେ।


ଭାଷା ଜ୍ଞାନ ନାହିଁ ହୃଦୟରେ ଯାର

  ଅଟେଟି ନିଶ୍ଚେ ଅଧମ,

ସଫଳତା ନାହିଁ ଜୀବନ ଯାତ୍ରାରେ

  ଉତ୍ତୀର୍ଣ୍ଣ ନୁହେଁ ଅଧମ।


ଜାଗ୍ରତ ହୁଅ ମୋ ଓଡ଼ିଆ ଭାଇମୋ

  କର ଅମ୍ଳଜାନ ଭାଷା,

ଭାଷାରେ ପଢିବା ଭାଷାରେ ଲେଖିବା

  ଆଗେ ରହୁ ମାତୃଭାଷା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract