STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଉକୄଷ୍ଟତା ପ୍ରମାଣ ପତ୍ର

ଉକୄଷ୍ଟତା ପ୍ରମାଣ ପତ୍ର

1 min
287


ଭଲ ଲାଗେ ଦେଖି ପ୍ରମାଣ ପତ୍ରକୁ

କଳ୍ପନା ସାକାର ହୁଏ,

ବିଚ୍ଛିନ୍ନାଚଳର ଗୌରବ ହିଁ ଏହୁ

ଓଡ଼ିଆ ପ୍ରମାଣ ଦିଏ।୧।


ଓଡ଼ିଆ ଭାଷାର ଦୟନୀୟ ସ୍ଥିତି

ତଥାପି ଆଦର ଏଠି,

ମାଁ ମାତୄଭାଷାର ମହତ୍ତ୍ଵ ରଖନ୍ତି

ଓଡ଼ିଆ ଭାଷୀ ହିଁ ଏଠି।୨।


ଜୀବନରେ ତାଙ୍କ ସମର୍ପଣ ଭାବ

ଭାଷାର ଅତି ଆଦର,

ପରିସ୍ଥିତି ବଳେ ବିଚ୍ଛିନ୍ନା ହୋଇଛି

କରନ୍ତି ଭାଷା ଆଦର।୩।


ମନ ମଧ୍ୟ ଦୁଃଖ ତିଳେ ନାହିଁ କାର

ଝାଡ଼ଖଣ୍ଡବାସୀ ଆମେ,

ଓଡ଼ିଆ ଭାଷାରେ ପଢାପଢି ହେଉ

ଓଡ଼ିଆ ପଢିବା ଆମେ।୪।


ବିନତୀ କରୁଛି ପ୍ରଭୁ ଜଗନ୍ନାଥେ

ଭାଷାର ପ୍ରଦୀପ ମିଳୁ

ଓଡ଼ିଆ ଭାଷାର ଧୂଳି ବଳିରହୁ

ଭାଷାର ଗୌରବ ମିଳୁ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract