ଉକୄଷ୍ଟତା ପ୍ରମାଣ ପତ୍ର
ଉକୄଷ୍ଟତା ପ୍ରମାଣ ପତ୍ର
ଭଲ ଲାଗେ ଦେଖି ପ୍ରମାଣ ପତ୍ରକୁ
କଳ୍ପନା ସାକାର ହୁଏ,
ବିଚ୍ଛିନ୍ନାଚଳର ଗୌରବ ହିଁ ଏହୁ
ଓଡ଼ିଆ ପ୍ରମାଣ ଦିଏ।୧।
ଓଡ଼ିଆ ଭାଷାର ଦୟନୀୟ ସ୍ଥିତି
ତଥାପି ଆଦର ଏଠି,
ମାଁ ମାତୄଭାଷାର ମହତ୍ତ୍ଵ ରଖନ୍ତି
ଓଡ଼ିଆ ଭାଷୀ ହିଁ ଏଠି।୨।
ଜୀବନରେ ତାଙ୍କ ସମର୍ପଣ ଭାବ
ଭାଷାର ଅତି ଆଦର,
ପରିସ୍ଥିତି ବଳେ ବିଚ୍ଛିନ୍ନା ହୋଇଛି
କରନ୍ତି ଭାଷା ଆଦର।୩।
ମନ ମଧ୍ୟ ଦୁଃଖ ତିଳେ ନାହିଁ କାର
ଝାଡ଼ଖଣ୍ଡବାସୀ ଆମେ,
ଓଡ଼ିଆ ଭାଷାରେ ପଢାପଢି ହେଉ
ଓଡ଼ିଆ ପଢିବା ଆମେ।୪।
ବିନତୀ କରୁଛି ପ୍ରଭୁ ଜଗନ୍ନାଥେ
ଭାଷାର ପ୍ରଦୀପ ମିଳୁ
ଓଡ଼ିଆ ଭାଷାର ଧୂଳି ବଳିରହୁ
ଭାଷାର ଗୌରବ ମିଳୁ।୫।
