ଭଗବାନ ତୁମେ ଇସ୍ତଫା ଦିଅ
ଭଗବାନ ତୁମେ ଇସ୍ତଫା ଦିଅ
ସେଦିନ ଗୀତାରେ ଅର୍ଜୁନ ଆଗରେ
କହିଥିଲ ମୁହଁ ଖୋଲି ।
ଜଗତର ସ୍ରଷ୍ଟା ମୁହିଁ ଅଟେ ଏକା
ଜଗତକୁ ପାଳେ ବୋଲି ।
ପୃଥିବୀକୁ ରକ୍ଷା କରିବା ପାଇଁ କି
ଜନ୍ମ ନେବି ବାରମ୍ବାର ।
ତାହେଲେ କାହିଁକି ନୀରବ ରହିଛ
ନେଉ ନାହଁ ଅବତାର ।
ମହାମାରୀ ଯୋଗୁଁ ସର୍ବେ କଲବଲ
ଆତଙ୍କିତ ବିଶ୍ଵ ବାସୀ ।
ଭଗବାନ ତୁମେ ନୀରବ ରହିଛ
କାହିଁକି ଦେଉନ ନାଶି ।
ମନ୍ଦିରେ କବାଟ କିଳି ରହିଅଛ
ଗ୍ରାସୁଛି କି ପ୍ରଭୁ ଭୟ ।
ତାହେଲେ ହୋଇଛ ଭଗବାନ କିଆଁ
ଏବେ ଇସ୍ତଫା ଦିଅ ।
ସନ୍ଥକୁ ପାଳନ କର କି ନକର
ଦୁଷ୍ଟକୁ କର ସଂହାର ।
ନାରୀ ମାଂସ ଲୋଭି କୁକୁର ମାନଙ୍କୁ
ବିନାଶ କର ଏଥର ।
ଅନ୍ୟାୟ ଅନିତୀ ଦୂର କରିଦିଅ
ଧରମର ହେଉ ଜୟ ।
ନପାରୁଛ ଯଦି କୁହ ଭଗବାନ
ଏବେ ଇସ୍ତଫା ଦିଅ ।
ଦେଖୁଛ ଆଗକୁ ପୁଣି ମହାବାତ୍ୟା
ନେଇ ଆସୁଅଛି ଦୁଃଖ ।
ଉଜୁଡିବା ଆଗୁଁ ତୁମ ଏହି ସୃଷ୍ଟି
ଘଣ୍ଟ ଘୋଡାଇକି ରଖ ।
ଘୂରାଇ ଦିଅ ହେ ସୁଦର୍ଶନ ଚକ୍ର
ବାଜୁ ପଞ୍ଚଜନ୍ୟ ଶଙ୍ଖ ।
ଅବା ଏକାଦଶ ଅବତାର ନେଇ
ଦୁନିଆଁ ବଞ୍ଚାଇ ରଖ ।
ନ ଆସୁ ଦୁର୍ଗତି ତୁମ ସଂସାରକୁ
କୋଳରେ କୋଳାଇ ନିଅ ।
ନହେଲେ ପଦବୀ ଛାଡ ଭଗବାନ
ତୁମେ ଇସ୍ତଫା ଦିଅ ।