STORYMIRROR

Subhransu Padhi

Others

4  

Subhransu Padhi

Others

କୋଟା ଦିଅ ଭଗବାନ

କୋଟା ଦିଅ ଭଗବାନ

1 min
576

ସରକାର ପରି କୋଟା ନିୟମଟେ 

        କରିବ କି ଛାମୁ ଲାଗୁ

କିଛି ପ୍ରତିଶତ ଦୀନ ଦୁଃଖୀ ଲାଗି

        ରଖି ଦେଇଥାନ୍ତ ପ୍ରଭୁ ।


ଚାରି ଦ୍ଵାର ପରେ ପଞ୍ଚମ ଦୁଆର

        ଖୋଲ ଦୀନ ଦୁଃଖୀ ପାଇଁ

ସେ ଦୁଆର ନାମ ଦୀନ ଦୁଃଖୀ ଦ୍ଵାର

        ରଖିଦିଅ ହେ ଗୋସେଇଁ ।


ଦୁଃଖିଟିଏ ଯଦି ଦର୍ଶନ ନକଲା

        କି ଲାଭ ଚାରି ଦୁଆର

ସେଥିପାଇଁ ପ୍ରଭୁ ଦୀନ ଦୁଃଖୀ ଲାଗି

        ରଖିଥାଅ ଏକ ଦ୍ଵାର ।


ଆନନ୍ଦ ବଜାରେ ଲାଗୁ କରିଦିଅ

        ଯୋଜନା ଟେ ଅବଢାର

ଅଳପ ଖର୍ଚ୍ଚରେ ଦୁଃଖିଟି ଯେମିତି

        ଖାଇବ ଅବଢ଼ା ତୋର ।


ସ୍ବର୍ଗ ଦୁଆରରେ କୋଟା ନିୟମଟେ

        ଲାଗୁକର ଦୁଃଖୀ ପାଇଁ

ଦୀନ ଦୁଃଖୀଙ୍କର ଶେଷ ଯାତ୍ରା ହେଉ

        ତୁମ ସ୍ଵର୍ଗଦ୍ଵାର ଦେଇ ।


ଦୁଃଖୀ ଦୁଃଖ ଦୂର କରିବାକୁ ନିଅ

        ଏକାଦଶ ଅବତାର

ଏ ଜଗତ ଜାଣୁ ଦୁଃଖୀ ରଙ୍କି ଲାଗି

        ଅଲଗା ତୁମ ବିଚାର ।


ତୁମରି କରୁଣା ଦୀନ ଦୁଃଖୀ ଲାଗି

        ରହିଥାଉ କାଳେ କାଳେ

କିଛି ପ୍ରତିଶତ କୋଟା ଦିଅ ପ୍ରଭୁ

        ତାଙ୍କୁ ମହୋଦଧି ଜଳେ। 


କେତୋଟି ଯୋଜନା ଦୀନ ଦୁଃଖୀ ଲାଗି

        ଲାଗୁ କର ଭଗବାନ

ଭକତ ହିତରେ ସବୁ ଦିନ ଲାଗି

        ଉଡୁ ପତିତପାବନ ।


ଅବଢ଼ା ଯୋଜନା, ଦର୍ଶନ ଯୋଜନା

        ଓ ସ୍ଵର୍ଗଦ୍ଵାର ଯୋଜନା

ଆରତୀ, ପ୍ରସାଦ, ଦୀପରେ ଯୋଜନା

        କରହେ ପରିକଳ୍ପନା ।


ଚିନ୍ତା କର ଛାମୁ ମୋ ପ୍ରସ୍ତାବ ସବୁ

        ଭଲ ହୋଇଅଛି କିନା

କିଛି ନ ବିଚାରୀ ଲାଗୁ କରି ଦିଅ

        ନୂଆ କୋଟା ଓ ଯୋଜନା ।


Rate this content
Log in