STORYMIRROR

Subhransu Padhi

Romance

4  

Subhransu Padhi

Romance

ଈଶ୍ୱରଙ୍କ ଦାନ

ଈଶ୍ୱରଙ୍କ ଦାନ

1 min
253


         


ଜାଣିଛି ମୁଁ ତୋତେ କେବେ ପାଇ ପାରିବିନି ।

ତଥାପି ମୁଁ ତୋତେ ଛାଡି ରହି ପାରିବିନି ।

କାହିଁକି ତୋତେ ସର୍ବଦା ଖୋଜେ ମୋର ମନ ।

ସେଥିପାଇଁ ଭାବେ ତୋତେ ଈଶ୍ୱରଙ୍କ ଦାନ ।୧।


ବିଚିତ୍ର ଏ ସୃଷ୍ଟି ଆଉ ବିଚିତ୍ର ତା ସ୍ରଷ୍ଟା

କାହିଁକି ଯେ ତୋତେ ମୋତେ ଗଢିଛି ବିଧାତା ।           

ହୃଦୟରେ ଥାଇ କଟେ ବିଛେଦରେ ଦିନ

ସେଥିପାଇଁ ଭାବେ ତୋତେ ଈଶ୍ୱରଙ୍କ ଦାନ ।୨।


ଯାହାକୁ ଚାହେଁ ଏ ମନ ପାଇ ପାରେ ନାହିଁ

ଯାହାକୁ ସେ ପାଏ, ହୃଦେ ବାନ୍ଧି ପାରେ ନାହିଁ

ସବୁବେଳେ ଖୋଜେ ତୋତେ ମୋ ହୃଦ ସ୍ପନ୍ଦନ ।

ସେଥିପାଇଁ ଭାବେ ତୋତେ ଈଶ୍ୱରଙ୍କ ଦାନ ।୩।


ପ୍ରେମରେ ତୋ ରହିଥିଲା କେତେ ଯେ ଛଳନା ।

ହେଲୁ ତୁ ଆଉ କାହାର କରି ପ୍ରତାରଣା ।

ହେଲେ ମୋ ଆତ୍ମା କହେ ତୁ, ମୋଠାରୁ ଅଭିନ୍ନ ।

ସେଥିପାଇଁ ଭାବେ ତୋତେ ଈଶ୍ୱରଙ୍କ ଦାନ ।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance