STORYMIRROR

Debabrata Mishra

Abstract Inspirational

3  

Debabrata Mishra

Abstract Inspirational

ବୋଉ ଲୋ

ବୋଉ ଲୋ

1 min
207


ବୋଉ ଲୋ........ 

ତୋ' ସ୍ନେହରେ ଯିବ ତରଳି କ୍ରୋଧ ପରବତ

ମମତାରେ ନାହିଁ ତିଳେମାତ୍ର ଧୂଳିମଳି,

ତୋ' ପାଶେ କରିଛି ଅଳି କେତେ ବେହିସାବ

ମୋ' ହସ ପାଇଁ ଦେଇଛୁ ଅଜସ୍ର ଲୁହ ଢାଳି, 


ବୋଉ ଲୋ......... 

କେତେ ପୂଣ୍ୟବଳେ ପାଇଛି ତୋ' ଶ୍ରେଷ୍ଠକୋଳ

ତୋ' ହାତର ସ୍ପର୍ଶ ଆଶିଷ ପ୍ରତିଜନ୍ମେ ମିଳୁଥାଉ, 

ତୋ'ବକ୍ଷ ଅମୃତେ ମୋର ମନ ଦେହର ଗଠନ

ଦୁଃଖ ପାହାଡ଼େ ତୁ କେମିତି ମିଛେ ହସୁଥାଉ..? 


ବୋଉ ଲୋ........ 

ଏତିକି ବିଶ୍ବାସ ଭରସା ଦେଉଛି ଆଣିବି ଗୌରବ

ଦିନେ ନିଶ୍ଚେ ତୋ' ଅଂଶ ତୋତେ ମାନ ଦେବ, 

ପ୍ରତି ମୁହୂର୍ତ୍ତଟି ତୋ'ସହ ଅମୂଲ୍ଯ ଅତୁଳନୀୟ

ତୋ' ଆଗେ ତ ତୁଚ୍ଛ ସାରା ସଂସାରର ଦରବ, 


ବୋଉ ଲୋ........ 

ଈଶ୍ବରଙ୍କ ଠାରେ ପ୍ରାର୍ଥନା ସଦା ତୋ' ସୁଖ ଆୟୁଷ

ବିଷ ସବୁ ଥାଉ ମୋ' ପାଇଁ ତୋ' ପାଇଁ ମିଳୁ ପିୟୁଷ, 

ରାତିରାତି ଉଜାଗର ରହି ଗଢିଛୁ ଲୋ' ମୋତେ

ଏ ଜୀବନ ଥିବା ଯାଏ ତୋ' ଖୁସିରେ ମୁଁ ହରଷ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract