STORYMIRROR

Debabrata Mishra

Abstract Inspirational Others

3  

Debabrata Mishra

Abstract Inspirational Others

ଜୟ ଦଧିବାମନ

ଜୟ ଦଧିବାମନ

1 min
246


ପ୍ରଣିପାତ କରି ପ୍ରଭୁ ତୁମରି ପୟରେ

କିଛିପଦ ଲେଖିବାକୁ ତୁମରି ଇଛାରେ

ଜନମ ମରଣ ପରା ସତ୍ୟ ଜୀବନରେ

ତଥାପି ବୁଝୁନି ନର ପଡ଼ି ମିଛମାୟାରେ

ଦିବ୍ୟ ଜ୍ଞାନ ଦେଉଥାଅ ସଦା ଚକାନୟନ

ଜୟ ଦଧିବାମନ ଜୟ ଦଧିବାମନ..........(୧) 


କାଠଯୋଡ଼ି ତୀରେ ଉରାଳୀ ଗ୍ରାମରେ

ବିରାଜିଛ ତୁମେ ଦଧିବାମନ-ଅବତାରେ

ତୁମପାଇଁ ଲୁହ ଶୁଖି ମୁଖେ ହସ ଭରେ

ସଖାସାଜି ନାଚ ତୁମେ ଭକ୍ତ ଗହଳରେ

ଧର୍ମଦେବତା ହେ କର ଧର୍ମ ସଂସ୍ଥାପନ

ଜୟ ଦଧିବାମନ ଜୟ ଦଧିବାମନ...........(୨)


ପରିବେଶ କମ୍ପେ ଏଠି ଘଣ୍ଟ-ମୃଦଙ୍ଗରେ

ମନ ପୁଲକିତ ଦେଖି ସନ୍ଧ୍ଯା ଆଳତୀରେ

ଆବାଳ ବୃଦ୍ଧ ବନିତା ତୃପ୍ତ ତୁମ ଦର୍ଶନରେ

ମଙ୍ଗଳମୟ ଏ ସଂସାର ତୁମ ଆଶିଷରେ

ପୂରଣ ହେଉ ସର୍ବଜନଙ୍କ ଆଶା ଓ ସପନ

ଜୟ ଦଧିବାମନ ଜୟ ଦଧିବାମନ......... (୩) 


ଭକ୍ତିଭାବ ଖେଳିଯାଉ ସାରା ଜଗତରେ

ପୂଣ୍ୟଧାମ ସାଜୁ ଏ ଅଞ୍ଚଳ ତୁମ ମହିମାରେ

ସନାତନ ସଂସ୍କୃତି ଜୟ ହେଉ ସାରା ବିଶ୍ୱରେ

ସତ୍ଯ-ନିଷ୍ଠା ଜନ୍ମନେଉ ପ୍ରତି ଜନମାନସରେ

ପାପ ନାଶ ହୋଇ ହେଉ ପୂଣ୍ୟ ଉତ୍ଥାପନ

ଜୟ ଦଧିବାମନ ଜୟ ଦଧିବାମନ......... (୪) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract