STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ରାଷ୍ଟ୍ର ପ୍ରତି ଭକ୍ତି

ରାଷ୍ଟ୍ର ପ୍ରତି ଭକ୍ତି

1 min
189


ରାଷ୍ଟ୍ର ଭକ୍ତି ଯାର ହୃଦୟେ ଗୁଞ୍ଜୁଛି

   ଗୁଞ୍ଜୁଛି ଜନତା ପ୍ରେମ,

ସମଭାବ ମନ୍ତ୍ର ଜନ ସମୁଦାୟେ

   ରଖିଛି କର୍ତ୍ତବ୍ୟ ପ୍ରେମ।


ସ୍ବାର୍ଥ ନାହିଁ ତାର ଜୀବନ ଯାତ୍ରାରେ

   ଥାଏ ଭକ୍ତି ପ୍ରେମ ଭାବ,

ସମର୍ପିତ କରେ ଦୁର୍ଲ୍ଲଭ ଜୀବନ

   ଜନପ୍ରତି ସେବାଭାବ।


ସ୍ମୃତି ତାର ରୁହେ ଏଭବ ସଂସାରେ

   କାର୍ଯ୍ୟ ତାର ସ୍ମରଣୀୟ,

ଶିକ୍ଷା ଦିଏ ସେବୁ ରାଷ୍ଟ୍ରର ନିର୍ମାଣେ

   କାର୍ଯ୍ୟ ତା ପ୍ରଶଂସନୀୟ।


ସମାଜ କଲ୍ୟାଣେ କାର୍ଯ୍ୟରତ ନିତ୍ୟେ

   ଆତ୍ମନିର୍ଭରର ପାଇଁ,

ବିଶ୍ୱାସ ଆଣେ ସେ ନିର୍ଭରର ପାଇଁ

   ସମାଜ ଉନ୍ନତି ପାଇଁ।


ସତ୍ୟ ତ୍ୟାଗ ଧର୍ମ ମନୁଷ୍ୟର ମନ୍ତ୍ର

  ଦିଏ ଶିକ୍ଷା ଜନଜନେ,

ନିସ୍ବାର୍ଥ ଭାବରେ କାର୍ଯ୍ୟ କରିବାକୁ

  ପ୍ରେରଣା ଦିଅଇ ଜନେ।


କର୍ତ୍ତବ୍ୟ ତାହାର ରାଷ୍ଟ୍ର ସେବା ନିତ୍ୟେ

  ହୃଦୟରେ ଗୁଞ୍ଜୁ ଥାଏ,

ଆତ୍ମନିର୍ଭର ଟି କରିବା ନିମନ୍ତେ

  ହୃଦେ ବନ୍ଧ ବାନ୍ଧି ଥାଏ।


ଶକ୍ତିଶାଳୀ ହେବ ଅଖଣ୍ଡ ଭାରତ

  ମାତୃଭାଷା ପ୍ରୟୋଜନ,

ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥାଏ

  ଉନ୍ନତି ନିମନ୍ତେ ମନ।


ପ୍ରଭୁ ଜଗନ୍ନାଥେ ଭକ୍ତି ନିରନ୍ତର

  ଗୃହ କାର୍ଯ୍ୟେ ସମଭାବ,

ପିତୃମାତୃ ସେବା ମନ୍ତ୍ର ହୋଇ ଥାଏ

  ଜୀବ ପ୍ରତି ଭକ୍ତି ଭାବ।


ସ୍ମୃତି ଗୁଞ୍ଜୁ ଥାଏ ଏପରି ବ୍ୟକ୍ତିର

  ହୁଏ ସେହୁ ସମ୍ମାନୀୟ,

ଇତିହାସ ପୃଷ୍ଠେ ଅଙ୍କିତ ହୁଅଇ

  ହୁଏ ସେହୁ ପୂଜନୀୟ।


କରିଥିବା କାର୍ଯ୍ୟ ଆଦର୍ଶ ତାଙ୍କର

  ରାଷ୍ଟ୍ରର ନିର୍ମାଣ ପାଇଁ,

ତାଙ୍କ ଇତିହାସ ପଢନ୍ତି ବାଳକେ

  ରାଷ୍ଟ୍ରର ଗୌରବ ପାଇଁ।


ତାଙ୍କ କାର୍ଯ୍ୟ ହୁଏ ଜୀବନ ଯାତ୍ରାରେ

  ଆଦର୍ଶ ସମାଜ ପାଇଁ,

ସେହୁ ମନ୍ତ୍ର କରି ରାଷ୍ଟ୍ରର ନିର୍ମାଣେ

  ସମର୍ପିତ ରାଷ୍ଟ୍ର ପାଇଁ।


ସତ୍ୟ ଧର୍ମ ଭକ୍ତି କର୍ମ ଜ୍ଞାନ ଶକ୍ତି

  ପ୍ରେମ ଶ୍ରଦ୍ଧା ଅଟେ ତହିଁ,

ମନୁଷ୍ୟ ଜୀବନ ତାହାରି ନିମନ୍ତେ

   ଗୁଞ୍ଜୁ ଥାଏ ସ୍ମୃତି ତହିଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract