ଲୋକତନ୍ତ୍ର !
ଲୋକତନ୍ତ୍ର !
ସମୟର, ଚକ୍ର,
ବଳବାନ, ଅତି,
ଛୋଟ, ଭାବୁ,କିମ୍ପା,ଅନ୍ୟ ?
ନୁହେଁ,ଛୋଟ,କେହୁ,
ସମସ୍ତେ, ମନୁଷ୍ୟ,
କର୍ମେ ଥିଲା,ବିଭାଜନ !!
ଥିଲା, ରାଜ, ତନ୍ତ୍ର,
ଆଜି, ଲୋକ,ତନ୍ତ୍ର,
ନଜରେ ଶୁଭ ଦିଶୁଛି !
ବ୍ୟବସ୍ଥା, ହୋଇଛି,
ନାହିଁ, ଛୋଟ, ବଡ଼,
ସମଭାବରେ ଆସିଛି !!
ରାଷ୍ଟ୍ରର,ଶାସନେ,
ନାହିଁ,ଜାତି,ଭେଦ,
ରାଷ୍ଟ୍ରପତି, ହୁଏ,କେହୁ !
ମୁଖ୍ୟମନ୍ତ୍ରୀ,ହେଉ,
ପ୍ରଧାନମନ୍ତ୍ରୀରେ
ହୋଇ,ପାରେ,ଆଜି ସେହୁ !!
ନୂଆ,ଏ ଭାରତ,
ଇତିହାସ, ନୂଆ,
ଲେଖୁ, ଅଛି, ନିତି, ଦିନ !
ତ୍ରେତୟାର, ପରି,
ଦୃଶ୍ୟ,ଆବିର୍ଭାବ,
ପ୍ରୀତି, ସମଭାବ, ଜ୍ଞାନ !!
ସମୟର, ଚକ୍ର,
ଅମୃତ, କାଳର,
ହୋଇଅଛି,ବିଦ୍ୟମାନ !
ସଂସ୍କୃତି, ସଂସ୍କାର,
ଶାନ୍ତି ମନ୍ତ୍ର ଜ୍ଞାନ
ଦେଉଛି, କୀର୍ତି, ସମ୍ମାନ !!
