STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଜଗନ୍ନାଥ ହେ,ଶୁଣ ଗୁହାରି !

ଜଗନ୍ନାଥ ହେ,ଶୁଣ ଗୁହାରି !

1 min
12


ମାଗୁ ନାହିଁ ଧନ


ଚାହୁଁ ନାହିଁ ରତ୍ନ


ଅଟେ ମୁହିଁ ହୀନ


ନାହିଁ ମୋର ଜ୍ଞାନ,


ଭକ୍ତ ଭକ୍ତି ଘେନ


ହେ ମଧୁସୂଦନ,


କରୁଛି ପୂଜନ


ପ୍ରେମ ପ୍ରୀତିରେ !


ଅନାଦି ଅନନ୍ତ


ନାହିଁ ତୋର ଅନ୍ତ


ତୁହି ନିରାକର,


ଜଗତ ଈଶ୍ୱର


ଅଦୃଶ୍ୟ ଆକାର,


ହେ କରୁଣାକର


ଡାକେ ଅନ୍ତରେ !!


ଜଗନ୍ନାଥ ହେ, ଶୁଣ ଗୁହାରି

.

ତୁହି ପ୍ରଭୁ କୃଷ୍ଣ


ଅଟୁ ପରା ରାମ


କାଳିଆ ଠାକୁର,


ତୁହି ଦାରୁବ୍ରହ୍ମ


ଶୂନ୍ୟବ୍ରହ୍ମ ତୁହି


ନର ରୂପ ଧରି


ପାପ ବିନାଶନେ


ମର୍ତ୍ତ୍ୟରେ ଜନ୍ମ,


ବୃଦ୍ଧ ଏ ବୟସ


ନାହିଁ ଟି ହରଷ


ଅତିହିଁ ବିକଳ,


ତାଣ୍ଡବ ପ୍ରବଳ

ଜଗନ୍ନାଥ ହେ, ଶୁଣ ଗୁହାରି ।



Rate this content
Log in

Similar oriya poem from Abstract