STORYMIRROR

Padmalaya Mishra

Abstract Inspirational Others

3  

Padmalaya Mishra

Abstract Inspirational Others

ମନପବନ

ମନପବନ

1 min
13


ମନ ବୀଜ ଅଙ୍କୁରୋଦଗମ ହୁଏ

ସମ୍ପର୍କରେ ମଧୁରତା ଥିଲେ

ହୃଦୟ ବୃକ୍ଷ ବି ଧରାଶାୟୀ ହୁଏ

ଅହଂକାର ଉଇ ଚରିଗଲେ ।।


ରେ ମନ ଏ ଦେହ ନଶ୍ଵର

ତୁ କିନ୍ତୁ ଈଶ୍ୱର

ଚାହିଁଲେ ଲଙ୍ଘିବୁ ପାରାବାର

ନହେଲେ ଛାଡିବୁ ସଂସାର

ତୁ ସତ୍ୟ ତୁ ଭୃତ୍ୟ

ତୁ ଚାଟୁକାର ତୁ ମାଲିକ

କୁହୁଳି କୁହୁଳି ଶେଷ ହୁଅନାହିଁ

ତୁ ପରା ନୁହେଁ ନିନ୍ଦୁକ ।।


ହାରିବା ଶିଖିନୁ ତୁ କେବେ

ଜିତିବା ଭାଗଟା ଶହେରୁ ନବେ

ଦଶ ହାରୁଛୁ ଯେବେ

ତିଷ୍ଠି ପାରିଛୁ ଏଇ ଭବେ ।

ସମୁଦ୍ର ଠାରୁ ଗଭୀର ତୁ ମନ

ନିତ୍ୟ ଦେଖୁଛୁ କେତେ ସପନ

ଆପଣାର ପାଖେ ହାରିଗଲୁ ବୋଲି

କାହିଁକି ହେଉଛୁ ଉଛନ ।

ହାରିବା ମଧ୍ୟରେ ଜିତିବା ଦେଖ

ଏଇତ ଈଶ୍ଵରୀୟ ମନ

ତେଜି ରାଗ ଅଭିମାନ

ହୃଦୟକୁ କର ନନ୍ଦନବନ

ସଫଳ ହୋଇବ ଜୀବନ ।।


ମନ ଓ ହୃଦୟ ବିଚଳିତ

ମନର ଇଲାକା ସ୍ଵୟଂଚାଳିତ

ହୃଦୟ କରି ଚଗଲାମି

ଭାବୁଥାଏ ସଭିଙ୍କ ହିତ

ମନକୁ ଏଡାଇ ହୃଦୟ ବଢାଇ

ବସିବା ସଭିଏଁ ମିତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract