STORYMIRROR

DILIP KUMAR SAHOO

Abstract

3  

DILIP KUMAR SAHOO

Abstract

ଜଗତର ନାଥ ଶ୍ରୀଜଗନ୍ନାଥ

ଜଗତର ନାଥ ଶ୍ରୀଜଗନ୍ନାଥ

1 min
24


କଳା ଦିଅଁ କଳା ଠାକୁର

ମହିମା ଅପୂର୍ବ ଅପାର।

କିଏ ତାଙ୍କୁ ପାରିବ କଳି

ସିଏ ଧରା ସିଏତ ଧୂଳି।

ପ୍ରଭୁ ମୋର କେଡେ ସୁନ୍ଦର

ନାମ ତାଙ୍କ ଭାରି ମଧୁର।

ଶ୍ରୀ ଜଗନ୍ନାଥ ଯେ ନାମଟି

ସୁନ୍ଦର ଅକ୍ଷର ପାଞ୍ଚଟି।

ପ୍ରତିଟି ଅକ୍ଷର କଥାଟି

ଲେଖି ବସିଲେ ହେବ ପୋଥି ..


ଶ୍ରୀ'ଯେ ଶକ୍ତି ର ଆଧାର

ଶୋଭା ମୟ ଶୁଭ ସୁନ୍ଦର।

ଜ୍ୟୋତି ପ୍ରିତି ଭକ୍ତି ବିଭବ

ଶ୍ରୀ' ରୁ ଐଶ୍ୱର୍ଯ୍ୟ ଉଦ୍ଭବ ।

ଶ୍ରୀ 'ଯେ ସାଗର ଦୁଲଣୀ

ମହାଲକ୍ଷ୍ମୀ ଲୋକ ଜନନୀ।

ସେଇଥିପାଇଁ ମହାପ୍ରଭୁ ଯେ

ଶ୍ରୀପତି ଭାବରେ କ୍ଷାତ ଯେ

ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର ଧାମ

ଶ୍ରୀ ଯୁକ୍ତ ଶ୍ରୀ ପାଦେ ପ୍ରଣାମ...


ଜ'ରୁ ଜଗତ ଉତ୍ପତ୍ତି

ଜଳ ସ୍ଥଳ ବାୟୁ ଅଗ୍ନି ଟି।

ଯାହା ଦେଖେ ଆମ ନୟନ

ସବୁ ସେହି ତାଙ୍କ ଭିଆଣ।

ଜୀବନରୁ ଜଡ ଯାଏଟି

ସବୁଠାରେ ସେତ ଅଛନ୍ତି ।

ନିଜେ ସ୍ରଷ୍ଟା ନିଜେ ସେ ସୃଷ୍ଟି

ନିଜେ ଭାଙ୍ଗି ନିଜେ ଗଢନ୍ତି ।

ଜଗତି ରେ ବସି ଅଛନ୍ତି

ଜଗତ କୁ ଜଗି ଅଛନ୍ତି...


ଗ'ଅ ଗୁରୁ ଗ'ଅ ଗଗନ

ଅନନ୍ତ ଅସୀମ ମହାନ।

ସାଗର ପରି ସେ ଗଭୀର

ମେରୁ ପରି ପୁଣି ଗମ୍ଭୀର।

ଗୋଲାପ ପରି ସେ କୋମଳ

ସରଳ ତରଳ କମଳ।

ଗୁରୁ ଙ୍କ ର ସିଏ ଗୁରୁ ଟି

ଗହନ ତାଙ୍କର ମାୟାଟି ।

ଅଗତି ର ସିଏତ ଗତି

ଗତି ମୁକ୍ତି ଦାତା ସିଏଟି ...


ନା'ରେ ପ୍ରଭୁ ନିରାକାର

ଅବିନାଶୀ ସେ ନିର୍ବିକାର।

ନିର୍ମାୟା ନିର୍ମଳ ନିରୀହ

ନିତ୍ୟ ସୁନ୍ଦର ନିରାମୟ ।

ନାହିଁ ତାଙ୍କ ଜାତି ଅଜାତି

ନାଉରୀ ସେ ଭବ ଜଳେଟି ।

ନାଟୁଆ ସେ ନଟବରଟି

ନାଚି ନଚାନ୍ତି ଦିନରାତି।

ନାମ ଟି ତାଙ୍କ ଏକା ସତ୍ୟ

ନାମ କିର୍ତ୍ତନେ ଭରାମୃତ..


ଥ'ରେ ଥୟ ସେ ନିଶ୍ଚଳ

ଥଣ୍ଡା ଶୀତଳ ସ୍ଥିର ସ୍ଥୁଳ।

ନାହିଁ ତାହାର ଥଳକୂଳ

ପୁଣି ଅଟନ୍ତି ଆଦିମୂଳ।

ଚକାବଇଠି ଚକାପାରି

ବାଣ୍ଟନ୍ତି କରୁଣାର ବାରି ।

ନାଥ ସେ ଅନାଥର ନାଥ

ମଙ୍ଗଳ ମୟ ଦାରୁଭୂତ।

ତାରଣ ରକ୍ଷଣ କାରଣ

ଅଶରଣେ ଦିଅ ଶରଣ ..


ସୀମାହୀନ ପୁଣି ସୀମିତ

ପ୍ରଭୁ ମୋ ଅସୀମ ଅନନ୍ତ।

ଭାବ ଭକତିରେ ସେ ବନ୍ଧା

ଭକତ ପ୍ରେମରେ ସେ ଛନ୍ଦା।

ଛନ୍ଦା ପୟର ଶିରୋମଣି

ହୃଦ ଚନ୍ଦନ ମଥାମଣି।

ପାଦରେ ଶତ ପ୍ରଣିପାତ

ଜୟ ମୋ ପ୍ରଭୁ ଜଗନ୍ନାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract