ବର୍ଷା ଗୋ ତୁମେ
ବର୍ଷା ଗୋ ତୁମେ
ବର୍ଷା ଗୋ ତୁମେ
ଧରଣୀ ବକ୍ଷରେ
ନବ ସୃଜନର ତୃଷ୍ଣା ।
ବର୍ଷା ଗୋ ତୁମେ
ଶ୍ରାବଣ ମାଟିର
ବୈକୁଣ୍ଠର ସ୍ପର୍ଶ ବାସ୍ନା ।
ବର୍ଷା ଗୋ ତୁମେ
ସରସୀ ଜଳରେ
ଟୁପୁ ଟୁପୁ ଧାର ବିନ୍ଦୁ ।
ବର୍ଷା ଗୋ ତୁମେ
ଜନର କଲ୍ୟାଣେ
ଜୀବନ ଦାୟିନୀ ସିନ୍ଧୁ।
ବର୍ଷା ଗୋ ତୁମେ
ପ୍ରେମୀ ଯୁଗଳଙ୍କ
ସ୍ପର୍ଶ ଅନୁଭବ ବର୍ଣ୍ଣ ।
ବର୍ଷା ଗୋ ତୁମେ
ଚାଷୀ ସମାଜର
ଫଳନ୍ତି କ୍ଷେତର ସ୍ଵର୍ଣ୍ଣ ।
