STORYMIRROR

MADHU MITA

Abstract

4  

MADHU MITA

Abstract

ଧନ୍ୟ ସେ ବୀର

ଧନ୍ୟ ସେ ବୀର

1 min
238


ବୁନ୍ଦାଏ ରକ୍ତରେ ମୁକ୍ତି ଅଛି ବୋଲି

ଶିଖେଇ ଗଲେ ସେ ବୀର

ଶକ୍ତି ଥାଏ ମନେ କର୍ମରେ ବ୍ୟକ୍ତିର

ଦୁଃଖେ ସେ ନୋହେ ଅଧୀର ।


ନୁଆଇଁ ନଥାଏ ମଥାକୁ ଖାଲିରେ

ହୁଏନାହିଁ ପରାଧୀନ

ନିଜର ମାଟିରେ ବଞ୍ଚିବା ପାଇଁ କି

କରି ପାରେ କେ ବାରଣ…??


ହୁଙ୍କାର ଭରି ମନରେ ଯେ ଦିଏ

ଦେଶ ପାଇଁ ବଳୀଦାନ

ଅମର ହୋଇ ସେ ରୁହନ୍ତି ସର୍ବଦା

ନେତାଜୀ କୁହନ୍ତି ଜନ ।


ସମ୍ମାନ ଦେଇ ନିଜ ମାଟି ମା' କୁ

ରଖିଯାଏ ଯେ ତା ମାନ

ସେହି ସୁଯୋଗ୍ୟ ସନ୍ତାନ ବୋଲାଏ

ତା ପାଦେ କୋଟି ନମନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract