STORYMIRROR

Jagannath Barik

Abstract

4  

Jagannath Barik

Abstract

ଶୁଆ କହୁଅଛି ଶାରୀକି

ଶୁଆ କହୁଅଛି ଶାରୀକି

1 min
472

ଶୁଆ କହୁଅଛି ଶାରୀକି

ଚାଲ ଉଡ଼ି ନୀଳଗିରିକି

ବିଜେ କରିଛନ୍ତି କାଳିଆ ଠାକୁର

ନବ କଳେବର ଧରିକି ।


ଅରୁଣ ଗରୁଡ଼ ବେନି ସହୋଦର

ଧ୍ୟାନକରୁଛନ୍ତି ବସିକି

ବାଇଶିପାହାଚ ଗଣିଗଣି ଗଲେ

ଦେଖିବା କାଳିଆ ହାତୀକି

ବଡ଼ଭାଇ ହଳଧାରୀକି 

ଭଉଣୀ ସୁଭଦ୍ରା ଗୋରୀକି ।


ଚକ୍ର ସୁଦର୍ଶନ ସହିତ ଦର୍ଶନ

ସଙ୍କଟ ମୋଚନ କାରୀକି

ଶ୍ରୀକ୍ଷେତ୍ର ମଣ୍ଡଣି ଲକ୍ଷ୍ମୀ ଠାକୁରାଣୀ

ଭଣ୍ଡାର ଦେଖିବା ଉଠିକି 

ଷାଠିଏ ପଉଟି ରନ୍ଧାହୁଏ ସେଠି

ପ୍ରାସାଦ ଖାଇବା ଖୁଣ୍ଟିକି

ଆନନ୍ଦ ବଜାର ଗଳିକି

ଉଡିଯିବା ଡେଣା ମେଲିକି

କଳପ ବଟରେ ବସି ଆଳାପରେ

ମନାସିବା ମନ ଭରିକି ।


ବାଣୀ ବୀଣାପାଣି ବିମଳା ଜନନୀ

ସହିତରେ ଅଷ୍ଟ ଶକ୍ତିଙ୍କି

ମୁକତି ମଣ୍ଡପ କୋଇଲି ବୈକୁଣ୍ଠ

ଅବଲୋକି ହେବା ତୃପ୍ତିକି

ଧୂପ ଅବକାଶ ଜାଣିକି

ପ୍ରଣମିବା କମ୍ବୁପାଣିକି

କାଳିଆ କାଳିଆ ଗାଇଦେଲେ ଥରେ

ପକ୍ଷୀଜନ୍ମୁ ହେବା ପାରିକି ।


ବଡ଼ ଦେଉଳରେ ବସା ବାନ୍ଧି ଵାରେ

ଶ୍ରୀକ୍ଷେତ୍ରେ ମଜାରେ ବୁଲିକି

ନରେନ୍ଦ୍ରରେ ସ୍ନାନ ବାରିଧି ଭ୍ରମଣ

ପୂଜି ବ୍ରହ୍ମଦାରୁ ହରିଙ୍କି 

ଭକତ ଅଇଁଠା ଖାଇକି

ପେଜନଳା ପେଜ ପିଇକି

ଭାଷେ ଜଗନ୍ନାଥ ପକ୍ଷୀ ଜନ୍ମ ସାର୍ଥକର

ଏଠି ଘୁରି ଘୁରିକି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract