ପ୍ରାର୍ଥନା
ପ୍ରାର୍ଥନା
ହେ ପ୍ରଭୁ ମଙ୍ଗଳମୟ ମମ ପ୍ରାଣେଶ୍ୱର
ଶୁଭେ କଟିଯାଉ ଆଜି ଦିନଟି ମୋହର
ବାଢ଼େ ଶ୍ରୀପଦେ ପ୍ରଣତି
ପଦେ ପଦେ ସାହା ହୁଅ ପ୍ରଭୁ ବିଶ୍ୱପତି ।
ମନ ହେଉ ଫୁଲ ସମ କୋମଳ ବିମଳ
ହୃଦେ ଭରିଦିଅ ସତ୍ୟ ଶାନ୍ତି ପ୍ରେମ ବଳ
କରି ପର ଉପକାର,
ଦୁଃଖୀ ଦୁଃଖେ ବହୁ ମୋର ନେତୃ ଅଶ୍ରୁଧାର ।
ସତସଙ୍ଗ ସତସେବା ସତ ଆଲୋଚନା
ଭାଗବତ ଧର୍ମଶାସ୍ତ୍ର ସାହିତ୍ୟ ଅର୍ଚ୍ଚନା
ଦେଶ ଦଶର ଚିନ୍ତନ
ଶ୍ରେୟ ହେଉ ବିଭୁନାମ ଶ୍ରବଣ ମନନ ।
ପରନିନ୍ଦା ପରପୀଡ଼ା ନ ଆସୁ ମୋ ମନ
ଆଜୀବନ କରିବି ମୁଁ ବିଦ୍ୟା ଅରଜନ
ଲୋଡ଼ା ନାହିଁ ମୋର ଧନ,
ଭଲ ମନଟିଏ ଦିଅ ମୋ କଳାବଦନ ।
ଦୂର କରିଦିଅ ପ୍ରଭୁ କରୋନାର ଦର
ଗଣ ହାହାକାର ମହାମାରୀ ପରିହର
ନୀଳାଚଳ କଳାକର
ବ୍ରହ୍ମଦାରୁ ମହାବାହୁ ସୃଷ୍ଟି ରକ୍ଷାକର ।
