STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ନାସ୍ତିକର ପରିଭାଷା

ନାସ୍ତିକର ପରିଭାଷା

1 min
615

ଈଶ୍ବରଙ୍କ ପ୍ରତି ଭକ୍ତି ନାହିଁ ଯାର


ନ ପାଏ ଆଦର ସେହୁ,


ନ କରେଟି ଭକ୍ତି ପ୍ରଭୁଙ୍କ ଚରଣେ


ନାସ୍ତିକ ମନୁଷ୍ୟ ଯେହୁ।୧।


ସମାଜେ ନୁହେଟି ସମ୍ମାନ ତାହାର


ମୂଢ ବ୍ୟକ୍ତି ସେହୁ ନର,


ଜ୍ଞାନ ନାହିଁ ତାର ଅଜ୍ଞାନୀ ସେ ଜନ


ପ୍ରଭୁ ଭକ୍ତି ନାହିଁ ତାର।୨।


ସଙ୍ଗ ନାହିଁ ଜ୍ଞାନୀ ଜୀବନ ଯାତ୍ରାରେ


ସଦା ହିଂସା ପ୍ରତି ମନ, 


ଅଜ୍ଞାନୀ ଟି ପରି ଜୀବନଯାପନ


ଧର୍ମପଥେ ନାହିଁ ମନ।୩।


ସର୍ବଜ୍ଞ ଭାବନ୍ତି ନିଜ କୁ ହିଁ ସେହୁ


ଅନ୍ୟାୟୀ କାର୍ଯ୍ୟରେ ମନ,


ପୃଥିବୀରେ ସେହୁ କଳଙ୍କ ଅଟନ୍ତି


ପାପ କର୍ଯ୍ୟେ ସଦା ମନ।୪।


କଂସ ପରି ସେହୁ ଅତ୍ୟାଚରୀ ଜନ


ଅହଙ୍କାରେ ପରିପୂର୍ଣ୍ଣ,


ନାସ୍ତିକ ପରିଟି ତାଙ୍କ କାର୍ଯ୍ୟଶୈଳୀ 


ପାପକର୍ମେ ପରିପୂର୍ଣ୍ଣ।୫।


ଜ୍ଞାନ ନାହିଁ ତାଙ୍କ ବ୍ରହ୍ମାଣ୍ଡ ଠାକୁରେ


ଅଜ୍ଞାନୀ ହିଁ ସେହୁ ଜନ,


ଅଜ୍ଞାନୀଙ୍କ ପରି କାର୍ଯ୍ୟଶୈଳୀ ତାଙ୍କ


ଆତଙ୍କି ପରିଟି ମନ।୬।


ଜୀବ ହିଂସା ଅଟେ ନିତି କର୍ଯ୍ୟଶୈଳୀ


ଜୀବ ହତ୍ୟା ପ୍ରତି ମନ,


ମଦ ମାଂସ ଅଟେ ନିତି ଖାଦ୍ୟ ତାର


ପାପକର୍ମେ ସଦା ମନ।୭।


ନିଜେ ନିଜକୁ ସେ ପ୍ରଭୁ ଭାବୁ ଥାଏ


ସର୍ବଶକ୍ତିମାନ ଭବେ,


ଶିକ୍ଷା ନାହିଁ ତାର ଜ୍ଞାନ ନାହିଁ ତାର


ସ୍ବାର୍ଥ କାର୍ଯ୍ୟ କରେ ଭବେ।୮।


ଅବିଶ୍ବାସ ପରି କର୍ମ କରେ ଭବେ


ସବୁ ବେଳେ ହିଂସା ଭାବ,


ରାକ୍ଷସ ପ୍ରବୃତ୍ତି ନାସ୍ତିକ ମନଟି


ନାହିଁ ପ୍ରାଣେ ସେବାଭାବ।୯।


ଈଶ୍ବରଙ୍କ ପ୍ରତି ଭକ୍ତି ନାହିଁ ଯାର


ନ ପାଏ ଆଦର ସେହୁ,


ନ କରେଟି ଭକ୍ତି ପ୍ରଭୁଙ୍କ ଚରଣେ


ନାସ୍ତିକ ମନୁଷ୍ୟ ସେହୁ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract