Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Sahu

Abstract

4  

Anupama Sahu

Abstract

ପାରିବାରିକ କଳହ

ପାରିବାରିକ କଳହ

1 min
365



॥୧॥

ବ୍ୟକ୍ତି ସତ୍ତାଟି ଗଢିବା ପାଇଁ କି

ଲୋଡା ହୁଏ ପରିବାର।

ଶିଶୁରୁ ମଣିଷ ଜୀବନ ନିର୍ମାଣେ

ମହାନ ଦାୟୀତ୍ଵ ସାର ॥ 

॥୨॥

ମିଳିମିଶି ରହିଥିବା ଏକଠାବେ

ବାଉଁଶ ବୁଦା ପ୍ରକାର।

ଝଡ ତୋଫାନରେ ନିର୍ଭୟ ରହିବା

ମଥାନୁଆଁଇ ଆମର ॥ 

॥ ୩॥

ଶାନ୍ତି ସନ୍ତୋଷରେ ଥିଲେ ପରିବାର

ସରଗର ସୁଖ ମିଳେ ।

ଯୋଡି ହୁଏନାହିଁ ସଦସ୍ୟଙ୍କ ମନ

ଥରେ ଯଦି ଭାଙ୍ଗିଗଲେ ॥ 

॥ ୪॥

ପାଞ୍ଚଟି ମନକୁ ଏକ ଠାବେ ରଖି

ଚ଼ଳିଥାଏ ପରିବାର ।

ତ୍ୟାଗ ଓ ତିତିକ୍ଷା ସଂସ୍କାର ଶିଖାଏ

ବାଲ୍ୟକାଳରୁ ଆମର ॥

॥ ୫॥

ପରସ୍ପର ଛିଦ୍ର ଦେଖାଦେଖି ହେଲେ

ମନ ଫଟାଫଟି ହୁଏ ।

ସହନଶୀଳତା ଆଉ ବିନମ୍ରତା

ପରିବାର ଶିକ୍ଷା ଦିଏ ॥

॥ ୬॥

ମୁଁ କାରଭାବନା ବୃଦ୍ଧି ହେଲେ ଭାଇ

ପରିବାରରେ କଳହ ।

ଗୃହ ମୁଖ୍ୟଙ୍କର କଥା ନମାନିଲେ

ଚାଲେ ବାକ୍ୟ ବିନିମୟ ॥

॥ ୭॥

ଗର୍ଜନ ତର୍ଜନ ଗଣ୍ଡଗୋଳ କଲେ

ସୃଷ୍ଟି ହୁଏ ମନାନ୍ତର ॥

ସେନେହ ମମତା ଯୋଡ଼େ ପରିବାରେ 

ନିବିଡ ପ୍ରୀତିର ଡୋର ॥

॥ ୮॥

ନିଜ ସ୍ଵାର୍ଥସିଦ୍ଧି ଆଗରେ ରଖିଲେ

କଳି କଜିଆ ବଢ଼ଇ ।

ହିଂସା ଅହଂକାର ବସା ବାନ୍ଧିଥାଏ

ଦେଖାଇ ହେଲେ ବଡେଇ ॥

॥୯॥

ହଣାମରା କଟା ମାଲିମକଦ୍ଦମା

ହେଲେ କୋର୍ଟଧାଇଁ ଧାଇଁ ।

ଅର୍ଥ ନାଶ ଅପମାନ ସାର ହୁଏ

ପରିବାରେ ସୁଖ କାହିଁ ॥

॥୧୦॥

ଗୃହ ମୁଖ୍ୟ କଥା ମାନି ଚ଼ଳୁଥିଲେ

ଗୃହ ବଇକୁଣ୍ଠ ସମ।

ନ କରି କଳହ ମଉନ ରହିଲେ

ଲଭବ ସୁଖପରମ  ॥



Rate this content
Log in

Similar oriya poem from Abstract