Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Sahu

Abstract

4  

Anupama Sahu

Abstract

ପ୍ରିୟାର ଓଢଣୀ

ପ୍ରିୟାର ଓଢଣୀ

1 min
578



ପ୍ରିୟାର ଓଢଣୀ 

ପ୍ରେମ ରଙ୍ଗ ବୁଣି

ମନ ରଙ୍ଗାଇ ଦେଲାଣି ।

ଶ୍ୟାମଳୀ ପ୍ରମାଳା

ପ୍ରେମ ସୁଧାବୋଳା

ମନକୁ ନେଉଛି ଟାଣି ।


ପ୍ରିୟାର ଓଢଣୀ

ହୃଦ ଦିଏ ହାଣି

ତୀକ୍ଷ୍ମ ଛୁରୀକା ସମ ।

ପ୍ରିୟାର ଅଧର

ପ୍ରେମେ ଜରଜର

ଦୃଶ୍ୟ ତା ଅନୁପମ ।


ପ୍ରିୟାର ଓଢଣୀ

ନିର୍ଝରା ଶ୍ରାବଣୀ

ନୀଳ ସାଗର ଲହରୀ

ପ୍ରୀତିପର୍ଣ୍ଣା ଧାର

ପ୍ରେମ ରାଗିଣୀର

ପ୍ରେମ ଧ୍ଵଜା ଫରଫର ।


ପ୍ରିୟାର ଓଢଣୀ

ମୋ ହୃଦ ତରଣୀ ।

ସ୍ୱଚ୍ଛ ପ୍ରୀତି ନିର୍ଝରିଣୀ 

ଘୁଙ୍ଗୁର ଆବାଜେ

ମତୁଆଲୀ ସାଜେ

ମୁକୁଳା କବରୀ ବେଣୀ ।


ପ୍ରିୟାର ଓଢଣୀ

ଅଫେରା ଚାହାଣୀ

ଫଗୁଣର ରଙ୍ଗ ନେଇ ।

ମୋ ହୃଦ କେଦାରେ

ବସନ୍ତ ରାସରେ

ଚିତ୍ତ ମୋ ସିକ୍ତ କରଇ ।


ପ୍ରିୟାର ଓଢଣୀ

ପ୍ରେମରଙ୍ଗ ବୁଣି

ଉଚ୍ଚାଟ କରଇ ମନ ।

ତା ସ୍ନିଗ୍ଧ ପରଶ

ଆହା କି ସରସ

ଉଲ୍ଲଙ୍ଘ ନବଯୌବନ ।


ପ୍ରିୟାର ଓଢଣୀ

ଦେଖାଏ ତା ଠାଣି

ମଳୟ ମଦିର ବାସେ ।

ମୋ ମନମନ୍ଦିର

ପୁଲକ ବିଭୋର

ପ୍ରିୟାର ମିଳନ ଆଶେ ।


ପ୍ରିୟାର ଓଢଣୀ

ନାନ୍ଦନୀକ ବାଣୀ

କାନେ କହେ ଥିରି ଥିରି ।

ଗଭୀର ନିଶିଥେ

ଆସ ସ୍ୱପ୍ନ ପଥେ 

ସୁରତିରେ ଦିଅ ଘାରି ।


ପ୍ରିୟାର ଓଢଣୀ

ପ୍ରମତ୍ତା ରମଣୀ

ଲୋଡ଼ୁଥାଏ ଆଲିଙ୍ଗନ ।

ପ୍ରେମ ପାଗଳିନୀ

ରସିକା କାମିନୀ

ପ୍ରୀତିରେ ହୋଇ ମଗନ ।


ପ୍ରିୟାର ଓଢଣୀ

ପାଵନୀ ତ୍ରିବେଣୀ

ଅମ୍ଲାନ ଶାଶ୍ଵତ ଧାରା ।

ନୟନକୁ ଭରେ

ଅପୂର୍ବ ଛନ୍ଦରେ

ଦିବ୍ୟ ପ୍ରେମ ସୁଧା ଭରା ।


Rate this content
Log in

Similar oriya poem from Abstract