STORYMIRROR

Sanuja Meghamala

Abstract

4  

Sanuja Meghamala

Abstract

ନାରୀ

ନାରୀ

1 min
388


 ଶ୍ରୋତସ୍ୱିନୀ ତଟିନୀ ସେ

କଳକଳ ଛଳଛଳ ସ୍ୱଚ୍ଛଳ

ତନ୍ଵୀ ଅଲିଅଳି ଚପଳ ଛନ୍ଦା

ଭରିଦେଇ ସ୍ନେହ ପ୍ରୀତି ମମତା

ଧାଉଁ ଥାଏ ଅହରହ ଥକି ଯିବା ଯାଏଁ ।


ପଛରେ ପକାଇ ସବୁ ଜଞ୍ଜାଳ

ଅଭିମାନ ,ଅବଶୋଷ ଅହଙ୍କାର

ପିଇ ଯାଏ ଆଖିର ତତଲା ଲୁହକୁ

ବନ୍ଧା ପକେଇ ନିଜ ଜୀବନ ନିଜସ୍ଵ ସ୍ବପ୍ନ

ଅନ୍ୟ ପାଇଁ ବିଛାଏ ସୁଖର ଗାଲିଚା।


କଣ୍ଟାର ଆଘାତକୁ ଆପଣେଇ ନେଇ

ହସି ହସି ବାଣ୍ଟିଯାଏ ଗୋଲାପ ମହକ

ଆଖିରେ ବାନ୍ଧି କର୍ତ୍ତବ୍ୟର ଅନ୍ଧପୁଟୁଳି

ଛିଡ଼ା ହୁଏ ବାରମ୍ବାର କାଠଗଡାରେ

କେହି ବୁଝେ ନାହିଁ ତା' ଅନ୍ତରର ଆର୍ତ୍ତନାଦ।


କୂଳ ବଂଶ ,ପରମ୍ପରାର ଶୃଙ୍ଖଳରେ

ଥରେ ଛନ୍ଦି /ବାନ୍ଧି ହୋଇଗଲା ପରେ

ମଥାରେ ସମ୍ମାନର ସିନ୍ଦୂରକୁ ନାଇଁ (ପିନ୍ଧି)

ଏକ ସୁନାର ସଂସାର ମାୟା ରେ

ଆପଣାର ରକ୍ତ ସମ୍ପର୍କକୁ ଛାଡ଼ିଆସେ ।


ଅହରହ ପରକୁ ଆପଣା କରିବା ମୋହରେ

ଶେଷରେ ନିଜେ ସାତ ପର ହୋଇଯାଏ

ପ୍ରଶ୍ନବାଚୀର ଅଡୁଆ ସୂତାରେ ଛନ୍ଦି ହୋଇ

ଝୁଣ୍ଟି ପଡ଼ି ଉତ୍ତର ଖୋଜୁ ଖୋଜୁ

ନିଜେ ପୁଣି ପ୍ରଶ୍ନ ପାଲଟି ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract