STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶୁଭମୟ ହେଉ

ଶୁଭମୟ ହେଉ

1 min
556

ଜଗନ୍ନାଥ ପ୍ରଭୁ ସୁଦୟା କରିବେ

  ଗୃହର ମଙ୍ଗଳ ହେବ

କୃପା ଦୃଷ୍ଟି ତାଙ୍କ ହୋଇବ ଗୃହରେ

  ମାଙ୍ଗଳିକ କାର୍ଯ୍ୟ ହେବ।


ଦୂର କରିବେଟି ଗୃହର ଅନିଷ୍ଟ

  ହେବ ଶୁଭମୟ ସବୁ,

ଦୟା କରିବେଟି ଦୟାନିଧି ପ୍ରଭୁ

  ମଙ୍ଗଳ କରିବେ ସବୁ।


ଜୀବନ ଯାତ୍ରାରେ ସର୍ବୋପରି ପ୍ରଭୁ

  ଜଗତ କଲ୍ୟାଣେ ସେହୁ,

ସବୁ ସମାଧାନ ହସ୍ତରେ ତାଙ୍କରି

  ପ୍ରଭୁ ନିରାକାର ସେହୁ।


ବଡ଼ଦେଉଳରୁ ଦେଖୁ ଛନ୍ତି ସବୁ

 ସଙ୍ଗରେ ଭାଇ ଭଉଣୀ

ଭକ୍ତଙ୍କର ଡାକ ଶୁଣନ୍ତି ଧ୍ୟାନରେ

 ହୃଦୟେ ଗୁଞ୍ଜୁଛି ବାଣୀ।


ଜଗତ ଠାକୁର ନିରାକାର ପ୍ରଭୁ

  ସୃଷ୍ଟିର କର୍ତ୍ତା ହିଁ ସେହୁ,

ସବୁର କାରଣ ପ୍ରଭୁ ଜଗନ୍ନାଥ

  ହୃଦୟ ରତନ ସେହୁ।


ପ୍ରାଣ ସମର୍ପଣ ତାଙ୍କରି ଚରଣେ

  ତାଙ୍କ ବିନୁ ଅନ୍ୟ ନାହିଁ,

ହୃଦୟରେ ଗୁଞ୍ଜେ କାଳିଆର ନାମ

  ମୁଖେ ନାମ ଗୁଞ୍ଜେ ଯହିଁ।


ଡାକ ଶୁଣ ପ୍ରଭୁ ଜଗତ ଠାକୁର

  ତୁମେ ପ୍ରଭୁ କୃଷ୍ଣ ରାମ,

ଆଶିର୍ବାଦ କର ଜଗତ ଠାକୁର

  ଶୁଭମୟ ହେଉ କର୍ମ।


କର୍ମଯୋଗୀ ହୋଇ କର୍ମତ କରୁଛି

 ସତ୍ୟପଥେ ରହିଅଛି,

ମନୁଷ୍ୟ କର୍ତ୍ତବ୍ୟ କରୁଛି ମତ୍ୟରେ

  ଧର୍ମକର୍ମେ ରହିଅଛି।


ମନୁଷ୍ୟ କର୍ତ୍ତବ୍ୟ ପୂରଣ କରହେ

  ଗୃହ ଧର୍ମ ପୂର୍ଣ୍ଣ କର,

ଜୀବନ ଯାତ୍ରା ହିଁ ସାର୍ଥକ କରହେ

  ମନ ଇଚ୍ଛା ପୂର୍ଣ୍ଣ କର।


ତହ ବିନୁ ଗତି ନାହିଁ ଜଗନ୍ନାଥ

  ଇଚ୍ଛା ମୋର ପୂର୍ଣ୍ଣ କର,

ସମାଧାନ ସବୁ ତହରି ହସ୍ତରେ

  ଜଗନ୍ନାଥ ଦୟା କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract