STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରଙ୍ଗମଞ୍ଚ ଅଟେ ଏହୁ

ରଙ୍ଗମଞ୍ଚ ଅଟେ ଏହୁ

1 min
392

କର୍ମର ନିମନ୍ତେ ସୃଷ୍ଟି ହିଁ ପ୍ରଭୁଙ୍କ

  ମତ୍ୟପୁର ଅଟେ ଏହୁ,

କଳିଯୁଗ ନାମେ ପ୍ରସିଦ୍ଧ ଯାହାର

  କର୍ମ ଭୂମି ଅଟେ ଏହୁ।


କୁକର୍ମ ହେଉଛି ପାପାଚାରୀଙ୍କର

  ଦାନବ ପରିଟି କାର୍ଯ୍ୟ,

ଜୀବ ହତ୍ୟା ହୁଏ ଦାନବ ସଦୃଶ୍ୟ

  ପାପର ହୁଏଟି କାର୍ଯ୍ୟ।


ଛଦ୍ମ ରୂପ ଧରି ଅପହରଣର 

 କାର୍ଯ୍ୟ ହୁଏ ନିତ୍ୟେ ଏଠି,

ଛଦ୍ମଭେଷ ଧରି ସୀତେ ହରି ଥିଲା

 ରାବଣର କାର୍ଯ୍ୟ ଏଠି।


ସ୍ବାର୍ଥରେ ଜଡ଼ିତ କାର୍ଯ୍ୟ ନିତିଦିନ

 ଭ୍ରଷ୍ଟାଚାରୀ କରୁଛନ୍ତି,

ସତ୍ତାର ନିମନ୍ତେ ତାଣ୍ଡବ କରନ୍ତି

 ଶତ୍ରୁ ସଙ୍ଗେ ମିଶିଛନ୍ତି।


ଅନ୍ୟାୟର ନାହିଁ ବିଜୟ କେବେହିଁ

  ପରାଜୟ ସୁନିଶ୍ଚିତ,

ଯୁଗ ଯୁଗେ ହୁଏ ସତ୍ୟର ବିଜୟ

  ଅଟେ ଏହୁ କଟୁ ସତ୍ୟ।


ଛଦ୍ମଭେଷ ଧରି ତାଣ୍ଡବ କରନ୍ତି

  ପ୍ରଭୁ ପ୍ରତି ନାହିଁ ଭକ୍ତି,

ନିଜ ଲାଭ ପାଇଁ ଅଭିନୟ ତାଙ୍କ

  ଧର୍ମ ପ୍ରତି ନାହିଁ ପ୍ରୀତି।


ମାନବ ଏଠାରେ ରୂପ ଧରିଛନ୍ତି

  ଦାନବ ମାନବ ରୂପ,

ରଙ୍ଗମଞ୍ଚ ପରେ କର୍ମ କରୁଛନ୍ତି

  କଳିର ତାଣ୍ଡବ ରୂପ।


ମାନବ କରୁଛି ଭକ୍ତି ଉପାସନା

  କରୁଅଛି ଜନସେବା,

ସତ୍ୟପଥେ ନିତ୍ୟେ ପଥଗାମୀ ସେହୁ

  କରୁଅଛି ପ୍ରଭୁ ସେବା।


ଧର୍ମକର୍ମେ ସେହୁ ଆସ୍ଥା ରଖି ଅଛି

  କରୁଅଛି ରାଷ୍ଟ୍ର ସେବା,

ସମଭାବ ମନ୍ତ୍ର ଗୁଞ୍ଜୁଛି ହୃଦୟେ

  କରନ୍ତି ଗରୀବ ସେବା।


ଆତ୍ମନିର୍ଭରଟି ହୁଏ ଜ୍ଞାନ ବଳେ

  ରାଷ୍ଟ୍ରର ଗୌରବ ପାଇଁ,

ଜ୍ଞାନ ଦେଉଛନ୍ତି ରାଷ୍ଟ୍ରର ନିର୍ମାଣେ

  ଆତ୍ମବିଶ୍ୱାସର ପାଇଁ।


ବଡ଼ଦେଉଳରୁ ଦେଖୁଛି କାଳିଆ

 ଚକାନୟନରେ ତାର,

ଧର୍ମରାଜ କରେ ପାପର ଗଳନା

 ଚିତ୍ରଗୁପ୍ତର ପାଞ୍ଜିର।


କର୍ମ ଅନୁରୂପେ କର୍ମ ପଳ ମିଳେ

  ପ୍ରଭୁଙ୍କ ବଚନ ଏହୁ,

ସତ୍ୟକର୍ମେ ପାଏ ପ୍ରଭୁଙ୍କ ଦର୍ଶନ

 ଧର୍ମକର୍ମେ ପାଏ ଏହୁ।


ଆତ୍ମା ମିଶେ ଯାଇ ପ୍ରମାତ୍ମାର ସଙ୍ଗେ

  କଟୁ ବଚନଟି ଏହୁ,

ପାପକର୍ମେ ତାର ନର୍କରେ ହିଁ ସ୍ଥାନ

  ପ୍ରଭୁଙ୍କ ବଚନ ଏହୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract