STORYMIRROR

Bijay Prusty

Abstract

4  

Bijay Prusty

Abstract

ପଞ୍ଚୁକ ଦିନଚର୍ଯ୍ୟା

ପଞ୍ଚୁକ ଦିନଚର୍ଯ୍ୟା

1 min
277

ସକାଳୁ ସକାଳୁ ଦାଣ୍ଡ ଓଳାଇଲୁ

ଗାଧୋଇଲୁ ମୁଣ୍ଡଧୋଇ

ଧୋବଲୁଗା ପିନ୍ଧି ପବିତ୍ର ମନରେ

ବସିଗଲୁ ସଜହୋଇ I


ପଞ୍ଚ ମୂରୁଜରେ ଚଉରା ମୂଳରେ

ଆଙ୍କି ରାଧାକୃଷ୍ଣ ରୂପ

ପୂଜା ଅରପିଲୁ ଜଗତନାଥଙ୍କୁ

ଜାଳିଦେଇ ଘିଅ ଦୀପ I


ଶୁଦ୍ଧପୂତ ହୋଇ ହବିଷ୍ୟ ରାନ୍ଧୁଛୁ

ଗୋଟିଏ ବକତ ଖାଇ

ପଞ୍ଚୁକ ପାଳନ କରୁଛୁ ଲୋ ସଖୀ 

କୃଷ୍ଣନାମ ମନେ ଧ୍ୟାୟୀ I


ସଞ୍ଜ ହେଲେ ସଖୀ ସଞ୍ଜବତୀ ଜାଳି

ପ୍ରଣମୁଛୁ ବୃନ୍ଦାବତୀ

ଧୂପ ମହକରେ ମହକାଉ ପ୍ରାଣ

ମନରେ ଜଗାଉ ଭକ୍ତି I


ତୋ ଆକାଶଦୀପ ମିଞ୍ଜି ମିଞ୍ଜି ଜଳେ

ଶୀତ ଥରାଉଛି ଦେହ

ତୋଫା ତୋଫା ଦିଶେ ଜହ୍ନର ଆଲୁଅ

ଅନ୍ଧାର ଲୁଚାଏ ମୁହଁ I


ଶ୍ରୀରାଧା ଶ୍ରୀକୃଷ୍ଣ ଯୁଗଳ ମୂରତି

ପାଦେ ରଖିବା ଲୋ ଲୟ

ପ୍ରାର୍ଥନା କରିବା ରାଧା ଦାମୋଦର

ମନରୁ କଟିବ ଭୟ I

   


Rate this content
Log in

Similar oriya poem from Abstract