ଏକ ତରଫା
ଏକ ତରଫା
ମନ ମନ୍ଦିରର ରାଜ କନ୍ୟା ତୁମେ
ତୁମକୁ ପାଏ ମୁଁ ଭଲ
ତୁମ ଋପ ଛବି ମୋ ହୃଦ ସ୍ପନ୍ଦନ
ତୁମେ ବୁଝି ଗଲେ ଭଲ ।
ତୁମ ରୂପକାନ୍ତି ନୀଳିମା ଆକାଶେ
ଚନ୍ଦ୍ର ସମ ଉଜ୍ବଳତା
ଥିଲେ ଯେତେ ଦୂରେ ତୁମ ରୂପ ରଙ୍ଗେ
ଝଟକୁଥାଏ ସୁୁୁୁଧ୍ୟତା ।
କାହିଁକି ତୁମକୁ ପାଇଲି ମୁଁ ଭଲ
କଷ୍ଟ ମୋ ଭାଗ୍ୟ ରେ ଲେଖା
ତଳକୁ ଅନାଇ ଯାଅ ଗୋ ସୁନ୍ଦରୀ
କରି ନାହଁ କେବେ ଦେଖା ।
ତୁମ ପରିବାର ଆମ ପରିବାର
ସମାସ୍କନ୍ଦେ ନୁହେଁ ଏକା
ଜାତି ଗୋତ୍ର ଆମ ନୁହଁଇ ତ ଏକା
ମୋ ମୁହଁ ପଡଇ ଫିକା ।
ଆକାଶ ପାତାଳ ଫରକ ଆମର
ବଡ ,ସାନ ,ଜାତି ,ଗୋତ୍ରେ
କିପରି ତୁମକୁ ପାଇବି ମୋହିନି
ମନ ମୋର କାନ୍ଦେ ସତେ ।
କେମିତି ବା ଯିବି ତୁମ ହୃଦୟକୁ
ଭାବିଲେ ମାଡଇ ଡର
ଦୂରରେ ଥାଇ ମୁଁ ନିରେଖେ ତୁମକୁ
ପାଖ ମାଡେନି ତୁମର ।
ଜାଣି ନାହଁ ତୁମେ ଭଲ ପାଏ ମୁହିଁ
ପଛେ ପଛେ ତୁମ ଥାଏ
ନୁହେଁ ରାଜପୁତ୍ର କି ଅବା ପଣ୍ଡିତ
ମୁଁ ଯେ ଦୀନ ହୀନ ଟିଏ ।
ଅନ୍ତରଙ୍ଗ ଭାବେ ତୁମ ରୂପ କଳ୍ପ
ଆଙ୍କିଛି ହୃଦ ମନ୍ଦିରେ
ତୁମ ସ୍ନିଗ୍ଧ ଛବି ଭାବି ହୁଏ ଖାଲି
ଶୟନେ ବା ଉଜାଗରେ ।
ତୁମେ ବଡ ଘର ଝିଅ ସେନା ହେଲ
ମୁଁ ତୁମ ହୃଦୟ ଚୋର
ଭଗବାନ ପାଖେ କରେ ମୁଁ ମିନତୀ
ଜାତି ଗୋତ୍ର ହେଉ ଦୂର ।
ଶେଷରେ ଏତିକି ଶୁଣରେ ସୁନ୍ଦରୀ
ତୁମ ବିନା ମୁଁ ମରିବି
ମରିବା ଆଗରୁ ତୁମ ସାଙ୍ଗରେ ମୁଁ
ଖୋଲା କଥା ଟିକେ ହେବି ।