ନଈ
ନଈ
ପାହାଡ଼ ରୁ ହୁଏ ଜନମ ତୋର
ସ୍ୱଚ୍ଛଜଳ ପୂର୍ଣ୍ଣ ଥାଏ ଶରୀର ।
ଉଚ୍ଚରୁ ନିମ୍ନକୁ ତୋହରି ଗତି
ସଭିଙ୍କ ଦୁର୍ଦ୍ଦଶା ହରୁ ଝଟତି ।।୧।।
ନମାନୁ ଖାଲ ଢିପ ପଥର
ଲୟଥାଏ ଏକ ପରଷୁ ନୀର ।
କେତେ ଗଛଲତା ଜୀବଜନ୍ତୁ ଙ୍କୁ
ମାନବ ସହିତ ସରୀସୃପ ଙ୍କୁ ।।୨।।
ସକଳ ପ୍ରାଣୀ ଲଭନ୍ତି ନୀର
ଦେବ ଦାନବ କିମ୍ବା କିନ୍ନର ।
ତୋ କୂଳରେ ହୁଏ ସଫଳ ଚାଷ
ତୋ ବିନା ହୁଅନ୍ତା ସର୍ବନାଶ ।।୩।।
ଚାଷୀ ଚାଷକରେ ତୁହାକୁତୁହା
ଚାଷୀ ପାଇଁ ତୁହି ଯୋଗାଉସାହା ।
ମୁଗ ବିରି ମକା ସହ କୋଳଥ
ଚିନାବାଦାମ ବୁଟ ହୁଏ ବହୁତ ।।୪।।
କପା ଗହମ ହରଡ଼ ଧାନ
ସୁଫଳା ହୁଅଇ ବଢଇ ମାନ ।
ତୋ ଜଳେ କରନ୍ତି ଜଳସେଚନ
ଅନାହାର ରୋକୁ କରୁ ତୁ ପୁଣ୍ୟ ।।୫।।
କେତେ ନଦୀବନ୍ଧ ମେଗା ପ୍ରକଳ୍ପ
ଏଠାରୁ ଉତ୍ପାଦିତ ହୁଏ ବିଦ୍ୟୁତ ।
କଳକାରଖାନା ଶିଳ୍ପ ସଂସ୍ଥାନ
କାମରେ ଲଗାନ୍ତି ତୋହରି ଗୁଣ ।।୬।।
ତୋ ଜଳେ କେଉଟ ମାଛ ଧରଇ
ମାଛ ବିକ୍ରିକରି ପେଟ ପୋଷଇ ।
ଛୋଟ ଛୋଟ ପିଲା କରନ୍ତି କ୍ରୀଡ଼ା
ପଶୁ ପକ୍ଷୀ ଖେଳି ହରନ୍ତି ପୀଡା ।।୭।।
ବରଷାଋତୁରେ ସ୍ରୋତ ପ୍ରଖର
ଦୁଇ କୂଳ ପୁରିଉଠେ ତୋହର ।
ଗଛଲତା ପଶୁସ୍ରୋତେ ଭାସନ୍ତି
ସକଳ ମାନବ ତ୍ରାହି ଡାକନ୍ତି ।।୮।।
ଅପକାର ଦେଖି ଲାଗଇ ଦୁଃଖ
ଉପକାର ବେଶୀ ଲଭନ୍ତି ସୁଖ ।
ତୋହରି ତଟରେ ଗଢେ ସହର
ପଲ୍ଲୀଗ୍ରାମ ପୁଣି କିଛି ନଗର ।।୯।।
ଜଳର ପୁଣ୍ୟତା ଯିଏ ଲଭଇ
ସ୍ୱର୍ଗ ପ୍ରାପ୍ତି ତାଙ୍କ ନିଶ୍ଚେ ହୁଅଇ ।
ମୁନି ଋଷି ତେଣୁ କରନ୍ତି ତପ
ପୁଣ୍ୟଲଭି ବିଭୁ ସାନିଧ୍ୟ ପ୍ରାପ୍ତ ।।୧୦।।