Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratapkesari Sahu

Others

4  

Pratapkesari Sahu

Others

ମହୁଲଫୁଲ

ମହୁଲଫୁଲ

1 min
277



ଫଗୁଣର ଆଗମନ ରେ

ଧରଣୀରାଣୀ ସୁନ୍ଦରୀ ହୋଇ ଉଠେ

କାନନ ଉପବନ ରେ ପୁରି ଯାଏ

କୁସୁମ ସମ୍ଭାର ।

ମହମହ ହୋଇ ମହକୁ ଥାଏ

ମହୁଲ ଫୁଲ ,

ହୃଦୟ କୁ ବିଦୀର୍ଣ୍ଣ କରେ

ପ୍ରେମର ଶରାଘାତ ।

ବିରହୀ ମନ ଆନ୍ଦୋଳିତ

ହୋଇ ଉଠୁଥାଏ

ନାଚି ଉଠୁଥାଏ

ପ୍ରେମଗୀତି ଗାଇବାକୁ

ନିଜ ପ୍ରିୟ କୁ ପାଇବାକୁ

ଗଛ ଉପରୁ ଫୁଲ ରସ ଯଦି ପଡେ

ସ୍ୱର୍ଗରୁ ଅମୃତ ଝରିଲା ମନେ ହେବ ।

ଏହି ଫୁଲ ଯେ କିଛି ଲୋକଙ୍କ

ଭୋକକୁ ମେଣ୍ଟାଏ

ମିଠା ମିଠା ଖାଦ୍ୟ

ସ୍ୱାଦିଷ୍ଟ ଲାଗିଥାଏ ଖାଇଲା ବେଳେ ।

ମହୁଲ ଫୁଲ ସଂଗ୍ରହ କଲେ

କିଛି ଅର୍ଥ ମିଳିଥାଏ

ଏହିଫୁଲର ରସ ବହୁ ମୂଲ୍ୟବାନ

ଭାଟି ଗୁଡିକ ରେ ଜାଣିହୁଏ ।

ଏହି ରସକୁ ମଦ କହୁଥିବା ବେଳେ

କିଛି ଲୋକଙ୍କୁ କରେ ସର୍ବନାଶ

କଳିକଜିଆ ହୁଏ

ଚୋରି ତସ୍କର ବୃତ୍ତି ମଧ୍ୟ ବଢେ

ଯିଏ ଯେଉଁ ଦିଗରେ ନେଲା

କିନ୍ତୁ ସମାଜ ର ଅଶେଷ କଲ୍ୟାଣ କରେ

ମହୁମାଛି ମହୁ ସଂଗ୍ରହ କରିଥାଏ

ଏହି ମହୁଲ ଫୁଲରୁ

ଗାଈଗୋରୁ ଙ୍କର ପ୍ରିୟ ଖାଦ୍ୟ,

ରୋଗୀଙ୍କ ର ଔଷଧ ରୁପେ

ହୋଇଥାଏ ବ୍ୟବହାର ।।


Rate this content
Log in