Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratapkesari Sahu

Inspirational

4  

Pratapkesari Sahu

Inspirational

ମହାଶିବ ରାତ୍ରି

ମହାଶିବ ରାତ୍ରି

1 min
339



ଅକର୍ମେ କର୍ମଦାୟକ   ମହାଯୋଗୀ ସଦାଶିବ

          ତୋଷେ ଦେଇଥାନ୍ତି ବର

ମହାରାତ୍ରି କାଳରାତ୍ରି    ଉଜାଗର ରହି ପୂଜନ୍ତି

          ତାହା ମହାଶିବରାତ୍ରି ।


ଏକ ପଲ୍ଲୀ ଗ୍ରାମ ଠାରେ   ବାସ କରୁଥିଲା ଚୋର

          ଚୋରି କରମ ତାହାର

ରାତିରେ ଗଲା ବାହାରି     ଚୋରି କରିବ କିପରି

            ଚାରିଆଡେ ଦୀପ ଆଳୁଅ ।


ହେଲା ମନଦୁଃଖ ତା'ର   ଲକ୍ଷ ଭ୍ରଷ୍ଟ ତା ଉଦ୍ଦେଶ୍ୟ

             ଅନ୍ୟ ଗାଁ ଗମିଲା ଅବଶ୍ୟ

ଗୋଟିଏ ଘରେ ମିଞ୍ଜି     ଆଲୁଅ ବାହାରୁଥିଲା

             ଚୋରି କରିବାକୁ ଗଲା ।


ଚୋର ଯେଉଁଠି କୁ ଗଲା  ଥିଲା ଶିବଙ୍କ ମନ୍ଦିର

               ନ ଥିଲା କିଛି ଭିତର

 ପିତଳଢାଲଟେ ରହି      ଥିଲା ଶିକା ଉପର

               ହାତପାଉ ନାହିଁ ତାହାର ।


 ଉଚ୍ଚସ୍ଥାନ ଭାବି ଚଢି      ଗଲା ଶିବ ଲିଙ୍ଗ ଉପର

                ଢାଲ ଧରି ଥରିଲା ଚୋର

 ସମ୍ମୁଖରେ ଠିଆ ହେଲେ     ପ୍ରଭୁ ଶୂଳପାଣି

                 ମାଗ ବର ଦେବି ପୁଣି ।


 କଦଳୀ ପତର ପରାଏ      ଚୋରଟି ଥରୁଥିଲା

                  ସାହସରେ ବିନତୀ କଲା

 ହେ ପ୍ରଭୁ ମହାଦେବ         ଚୋରି କରିବା ପାଇଁ

                 ଆସି ପହଞ୍ଚିଲି ମୁହିଁ ।


 କିପରି ଭାବରେ ବର       ତୁମେ ଦେବ ଅନନ୍ତ

                 କୁକାର୍ଯ୍ୟ କଲି ବହୁତ

 ନୀଳକଣ୍ଠ ପ୍ରଭୁ ସଧିରେ     ବଚନ ଭାଷିଲେ

                 ତୁ ମୋର ଶ୍ରେଷ୍ଠ ଭକ୍ତ ଭଲେ ।


 ନିଜକୁ ଅର୍ପଣ କରିଲୁ      ଲିଙ୍ଗ ଉପରେ ମୋତେ

                 ତୋଷେ ବର ଦେବି ତୋତେ

 ଏହି ପରି ରହିଅଛି         ଶିବରାତ୍ରି ର ମହତ୍ୱ

                  ଭକ୍ତି ରେ ପୂଜନ୍ତି ଭକ୍ତ ।



Rate this content
Log in

Similar oriya poem from Inspirational