Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratapkesari Sahu

Others

3  

Pratapkesari Sahu

Others

ମିନତୀ ଘେନ ବାରେ କାଳିଆସୁନା

ମିନତୀ ଘେନ ବାରେ କାଳିଆସୁନା

1 min
158



ବଡଦାଣ୍ଡ ବଡଦିଅଁ ନେତକୁ ଅନା

ରତ୍ନମୟ ସିଂହାସନେ କାଳିଆସୁନା ।

ପାଖେ ବଳଭଦ୍ର ଭାଇ ବସିଅଛନ୍ତି

ଭଉଣୀ ସୁଭଦ୍ରା ମଝି ବିରାଜନ୍ତି ।।

ଚାରିପାର୍ଶେ ଦେବାଦେବୀଙ୍କ ମେଳଣ

କାଳିଆର ଇଚ୍ଛା କରିବେ ପୂରଣ ।

ଦୁନିଆଁ ଯାକର ସେ ରଜା ଅଟଇ

ଭକତିରେ ବନ୍ଧା ପୁଣି ସିଏ ହୁଅଇ ।।

ତାହାରି ବିନୁ ଜଗତ ଅଟେ ଅସାର

ନାମ କିର୍ତ୍ତନ ଭଜନ ଜପଟି ସାର।

ଦୁଃଖି ର ଦୁଃଖ କୁ ହରଣ କରେ

ନାମ ସ୍ମରିବା ମାତ୍ରେ ଦୁର୍ଗତି ହରେ ।।

ଭାବର ଠାକୁର ସେତ ଜଗତନାଥ

ପତିତଜନଙ୍କ ପାଇଁ ବଳିଆରଭୁଜ ।

ଖଣ୍ଡିଆ ହାତରେ ଧରେ ବଡ ଆୟୁଧ

ଶଙ୍ଖ ଚକ୍ର ଗଦାପଦ୍ମ ଶୋଭୁଛି କର ।।

ଆହେ ପ୍ରଭୁ ଜଗନ୍ନାଥ ଭକତ ରଙ୍କା

ରାଧାରାଣୀ ର ପ୍ରେମ ଜୀବନ ସଖା ।

ମିନତୀ ଘେନ ବାରେ କାଳିଆସୁନା

ତୋପାଇଁ ଝୁରଛି କଦମ୍ବ ଯମୁନା ।।



Rate this content
Log in