Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratapkesari Sahu

Others

3  

Pratapkesari Sahu

Others

ସାଗର

ସାଗର

1 min
176



ବନ୍ଦଇ ଶ୍ରୀଗୁରୁ ଚରଣ

ମିନତି ବାରେ ମୋର ଘେନ ।

ସପତ ସମୁଦ୍ର ଉତ୍ପତ୍ତି

ଭାବେ ରଚିଲେ ଶିରୀପତି ।।


ସାଗରେ ନୀଳ ଜଳରାଶି

ରଖିଲେ ପ୍ରଭୁ ବିଶ୍ୱବାସୀ ।

ଜଳଚରଙ୍କୁ ସୃଷ୍ଟି କଲେ

ଚାରି ରୁ ତିନି ଭାଗ ଦେଲେ ।।


ଏକଭାଗେ ଜୀବଜଗତ

ସକଳପ୍ରାଣୀ ଆତଯାତ ।

ସାଗର ତିନି ଭାଗ ପାଇ

ମର୍ତ୍ତରେ ପ୍ରଭାବ ବଢାଇ।।


ବହୁତ ମୀନ ସୃଷ୍ଟି କରି

ତିମୀକୁ ଶ୍ରେଷ୍ଠ ଦେଲେ ହରି ।

ସାର୍କ କୁ ପଛରେ ରଖିଲେ

କଇଁଛ ମଗର ଥୋଇଲେ ।।


ଏମିତି ବହୁ ଜଳଜୀବ

ଆନନ୍ଦେ ରଖି ଆଦିମୂଳ ।

ସାଗରେ ଢେଉ ସୃଷ୍ଟି କରି

ଘର୍ଘରନାଦ ଦେଲେ ହରି ।।


ଔଷଧ ଗୁଣ ଜଳେଦେଲେ

ଲୁଣିଆ ଲାଗିଲା ସ୍ୱାଦରେ ।

ସ୍ରଷ୍ଟା କହିଲେ ସାଗର କୁ

ମହତ କାର୍ଯ୍ୟ କରିବାକୁ ।।


ମାତାର ଚରଣ ଧୋଇବୁ

ନିଶ୍ଚୟ ସାନିଧ୍ୟ ଲଭିବୁ ।

ଜଗତ ନାଥ ଶ୍ରୀକ୍ଷେତ୍ରରେ

ନମିବୁ ତାଙ୍କ ଶ୍ରୀପୟରେ ।।


ମହୋଦଧି ତା ନାମ ହେବ

ଜଗତେ ସୁଖ୍ୟାତି ରହିବ ।

ଭଜିବୁ ଜୟ ଜଗନ୍ନାଥ

ଲଭିବୁ ନିଶ୍ଚେ ମୁକ୍ତି ପଥ ।।



Rate this content
Log in