Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratapkesari Sahu

Inspirational

4  

Pratapkesari Sahu

Inspirational

ସକଳତୀର୍ଥ ତୋ ଚରଣେ

ସକଳତୀର୍ଥ ତୋ ଚରଣେ

1 min
295


ବାବା ଆଖଣ୍ଡଳମଣି

ଜୟଜୟ ମହାଦେବ

ତୁମର ପ୍ରିୟା ଭବାନୀ

ଭକତ ବତ୍ସଳଶିବ ।


ଭଦ୍ରକ ଜିଲ୍ଲାର ମଧ୍ୟେ

କରିଅଛ ତୁମେ ବାସ

ଭକତ ଜନର ଦୁଃଖ

ହରଣ କର ଅବଶ୍ୟ ।


ସାଳନ୍ଦୀ ନଦୀ କୂଳରେ

ଅଛନ୍ତି ମାଁ ଭଦ୍ରାକାଳୀ

ଝରଝର ଝରିଆସେ

ବୈତରଣୀ ବହୁଅଛି ।


ପବିତ୍ର ଭୂମିରେ ବିଜେ

ଆପେ ସ୍ୱୟଂମ୍ବୁଶଙ୍କର

ପାପ ତାପ ରୋଗ ଶୋକ

ହରିଥାନ୍ତି ଭକତର ।


ଗଳାରେ ସର୍ପ ଭୂଷଣ

କରେ ଧାରଣ ତ୍ରିଶୂଳ

ଜଗତପିତା ଅଟନ୍ତି

ଆଭୂଷଣ ବ୍ୟାଘ୍ର ଛାଲ।


ଶିରରେ ଶୋଭା ପାଉଛି

ଜଟା ସହ ଅର୍ଦ୍ଧ ଚନ୍ଦ୍ର

ଏଠାରୁ ଉତ୍ପତ୍ତି ପୁଣି

ହୋଇଛନ୍ତି ଗଙ୍ଗା ମାତ ।


ସଂସାର ଯାକର ତୀର୍ଥ

ଠୁଳ ଯା ପଦ୍ମ ଚରଣ

ମୁନି ଋଷି ଜପୁଥାନ୍ତି

ପାଇବାକୁ ଦରଶନ ।


ଯୋଗୀ ଯୋଗୀ ମହାଯୋଗୀ

ମାଗୁଅଛି ମୁହିଁ କିଛି

କରୁଣା ସାଗର ହର

ନାମ ତୁମ ଜପୁଥିବି ।


Rate this content
Log in

Similar oriya poem from Inspirational