STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
752

ଶ୍ରଦ୍ଧା ଭକ୍ତି ପ୍ରେମ ଚରଣେ ତୋହର

  ଅର୍ପଣ କରୁଛୁ ନିତ୍ୟେ,

ଗାଉ ଥିବି ନାମ ମନୁଷ୍ୟ ଜୀବନ

  ନାମ ଜଗନ୍ନାଥ ନିତ୍ୟେ।


ସୃଷ୍ଟି କର୍ତ୍ତା ତୁହି ଭିଆଣ ସୃଷ୍ଟିର

  ସବୁର କାରଣ ତୁହି,

ଜ୍ଞାନ ଉପଦେଶ ବନ୍ଧୁକୁ ତୋହର

  ଦେଇ ଥିଲୁ ପ୍ରଭୁ ତୁହି।


ମନୁଷ୍ୟ କର୍ତ୍ତବ୍ୟ କହିଲୁ ଅର୍ଜୁନେ

  ଭୟଙ୍କର ଯୁଦ୍ଧ କ୍ଷେତ୍ରେ,

କର୍ତ୍ତବ୍ୟ ରଖିଛି ହୃଦୟର କଣେ

  କରୁଅଛି କର୍ମ ସତ୍ୟେ।


ଜୀବନ ଯାତ୍ରାରେ ତୁହି ସର୍ବୋପରି

  ଜୀବନେ ଆରାଧ୍ୟ ମୋର,

ଅର୍ପଣ କରିଛି ସର୍ବଶ୍ବ କର୍ମକୁ

  ପଦ ଯୁଗଳରେ ତୋର।


କେଉଁ ବା ନୈବେଦ୍ୟ ଦେଇଣ ପୂଜିବି

  ସବୁତ ତହରି ପ୍ରଭୁ,

ପ୍ରାଣ ପିଣ୍ଡ ମଧ୍ୟ ସୃଷ୍ଟି ହିଁ ତୋହର

  ଅଟୁ ସୃଷ୍ଟି କର୍ତ୍ତା ପ୍ରଭୁ।


ଜ୍ଞାନ ଦେଇ ଅଛୁ କର୍ମପଥ ଜନେ

  ନିସ୍ବାର୍ଥ କର୍ମର ପାଇଁ,

ଶକ୍ତି ଦେଇ ଅଛୁ କର୍ମର ନିମନ୍ତେ

  ଜୀବଙ୍କ ସେବାର ପାଇଁ।


ସତ୍ୟପାଟ ଅଟେ ମନୁଷ୍ୟ କର୍ତ୍ତବ୍ୟ

  ଧର୍ମକର୍ମେ କଲୁ ପଥ,

ତବ ଉପଦେଶ ଅକ୍ଷରେ ପାଳୁଛି

  ଛାଡି ନାହିଁ ଭକ୍ତି ପଥ।


ଅତିଥି ସେବା ହିଁ ମୁଳ ମନ୍ତ୍ର ମୋର

 ପିତୃମାତୃ ସେବା ଶ୍ରେଷ୍ଠ,

ସମଭବ ମନ୍ତ୍ରେ ଗୃହକୁ ସେବୁଛି

 କରିଅଛି ମନ୍ତ୍ର ଶ୍ରେଷ୍ଠ।


ରାଷ୍ଟ୍ରର ବିକାଶେ ମନପ୍ରାଣ ଦେଇ

 ଜନତା ସେବାରେ ଭକ୍ତି,

ତବନାମ ଗାଇ କରୁ ଅଛି କର୍ମ

 ରଖି ଅଛି ପ୍ରେମ ଭକ୍ତି।


ପ୍ରୀତି ରଖି ଅଛି ସମସ୍ତଙ୍କ ପାଇଁ

  ସ୍ବାର୍ଥ ରଖି ନାହିଁ ମନେ,

ଜୀବ ହିଂସା ନାହିଁ ଜୀବନ ଜାତକେ

  ଭକ୍ତି ତବ ଗୁଞ୍ଜେ ମନେ।


କଟୁ ବଚନଟି କହି ନାହିଁ କାରେ

  କହି ନାହିଁ ମିଥ୍ୟା କଥା,

ସ୍ବାର୍ଥ ରଖି ନାହିଁ କର୍ମକ୍ଷେତ୍ରେ ମୋର

  ଗୁଞ୍ଜୁ ଅଛି ଗୀତା କଥା।


ଉପଦେଶ ତୋର ଗୀତା ଜ୍ଞାନ ମୋର

  ସାଇତି ରଖିଛି ହୃଦେ,

ତବ ଆରାଧନା ନୀତିକର୍ମ ମୋର

  ଗୁଞ୍ଜୁ ଅଛି ମୋର ହୃଦେ।


ବଡ଼ ଠାକୁର ହିଁ କୃଷ୍ଣ ମହାପ୍ରଭୁ

  ରାମ ଠାକୁର ଭି ସେହୁ,

ଅବତାର ତୋର ବିଭିନ୍ନ ନାମରେ

  ଜଗତ ଠାକୁର ସେହୁ।


ପ୍ରେମ ଭକ୍ତି ଶ୍ରଦ୍ଧା ଚରଣେ ତାଙ୍କର

  ଅର୍ପଣ କରିଛି ମୁହିଁ,

କର୍ମପଥ ମୋର ଧର୍ମପଥ ହେଉ

  ବଡ଼ ଠାକୁର ହିଁ ଯହିଁ।


ଆଶିର୍ବାଦ କର ବ୍ରହ୍ମାଣ୍ଡ ଠାକୁର

  ପଦେ ସ୍ଥାନ ଦିଅ ମତେ,

କର୍ମପଥ ମୋର ଧର୍ମପଥ କର

  ପ୍ରେମ ରଖି ଥିବି ତତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract