STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମାତୃଭାଷା ଅଟେ ଜନନୀର ଭାଷା

ମାତୃଭାଷା ଅଟେ ଜନନୀର ଭାଷା

1 min
1.2K

ମାଆଁ ମାତୃଭାଷା ଜୀବନେ ସର୍ବସ୍ବ

  ଜ୍ଞାନ ରଖି ଥିବା ଭାଇ,

ବଦନେ ଚନ୍ଦନ ହେଉ ମାତୃଭାଷା

 ଗର୍ବରେ ଲେପିବା ଭାଇ।


ସୁରକ୍ଷିତ କର ଓଡ଼ିଆ ଭାଷାକୁ

 ବିଚ୍ଛନ୍ନାଚଳରେ ଭାଇ,

ପଢିବା ଓଡ଼ିଆ ଲେଖିବା ଓଡ଼ିଆ

  କହିବା ଓଡ଼ିଆ ଭାଇ।


ପୌରାଣିକ ଭାଷା ଓଡ଼ିଆ ଭାଷାଟି

 ଜଗନ୍ନାଥ ପ୍ରଭୁ ଯହିଁ,

ବିଚ୍ଛନ୍ନାଚଳ ଭି ଉତ୍କଳର ଭୂମି

 ରୁହନ୍ତି ଓଡ଼ିଆ ଯହିଁ।


ପୂର୍ବ ଇତିହାସ ଗୌରବାନିତ୍ଵ କରେ

 ପରାଧୀନ ନାହିଁ ଯାର,

କଳିଙ୍ଗ ଯୁଦ୍ଧ ବା ପାଇକ ବିଦ୍ରୋହ

 ଅଂଗ୍ରେଜୀ ବିରୋଧେ ଯାର।


ଉତ୍କଳର ଭୂମି ଥିଲା ସିଂହଭୂମି

 ଉତ୍କଳ ମଉଡ଼ ମଣି,

ଭାଷା ଶୁନ୍ୟ ଏଠି ଶିକ୍ଷା ଶୂନ୍ୟ ହୁଏ

 ଦେଲେ ଝାଡ଼ଖଣ୍ଡେ ଜାଣି।


ଥିଲା ଦିନେ ଭୂମି ବିହାର ଅଧିନେ

 ଶିକ୍ଷାର ବ୍ୟବସ୍ଥା ଥିଲା,

ଓଡ଼ିଆରେ ବହି ଦେଉ ଥିଲା ରାଜ୍ୟ

  ଶିକ୍ଷା ଓଡ଼ିଆରେ ଥିଲା।

  

ଝାଡ଼ଖଣ୍ଡ ହେଲା ଶିକ୍ଷା ମଧ୍ୟ ଗଲା

  ଓଡ଼ିଆ ଙ୍କ ଭାଗ୍ୟ ହୀନ,

ନାହାନ୍ତି ଶିକ୍ଷକ ଓଡିଆ ଭାଷାର

  ଭାଷା ପ୍ରତି ନାହିଁ ଧ୍ୟାନ।


ଝାଡ଼ଖଣ୍ଡ ରାଜ୍ୟେ ନମିଳେ ଟି ବହି

  ଓଡ଼ିଆ ଭାଷାର ପାଇଁ,

ଦେଉ ଅଛି ବହି ଦେଇଛି ଶିକ୍ଷକ

  ଉତ୍କଳ ଶିକ୍ଷାର ପାଇଁ।


ଓଡିଶା ରାଜ୍ୟରୁ ଆସୁ ଅଛି ବହି

  ବଞ୍ଚିଛି ଓଡ଼ିଆ ଶିକ୍ଷା,

ବ୍ୟବସ୍ଥା ଶିକ୍ଷକ କରୁଛି ଉତ୍କଳ

  ପାଅନ୍ତି ଓଡ଼ିଆ ଶିକ୍ଷା।


କୋଡ଼ିଏ ଲକ୍ଷ୍ୟରୁ ବେଶି ହିଁ ଓଡ଼ିଆ

 ଝାଡ଼ଖଣ୍ଡ ରାଜ୍ୟେ ଏବେ,

ଶିକ୍ଷାରୁ ବଞ୍ଚିତ କରେ ସରକାର

 ଜାଗି ଉଠ ଭାଇ ଏବେ।


ଅନ୍ୟାୟ ବିରୋଧେ ଲଢିବାର କାର୍ଯ୍ୟ

  ଅଂଗ୍ରେଜୀ ବିରୋଧ ଯାର,

ନମିଳେ ସମ୍ମାନ ଝାଡ଼ଖଣ୍ଡ ରାଜ୍ୟେ

  ନୀତି ଯାର ଭୟଙ୍କର।


ଶିକ୍ଷା ଅଧିକାର ସମ୍ବିଧାନୁ ପ୍ରାପ୍ତି

  ନୂଆ ଶିକ୍ଷାନୀତ ପୁଣି,

ନାହିଁ ଅଧିକାର କୋଡ଼ିଏ ଲକ୍ଷ୍ୟର

  ଜାଗି ଉଠ ଭାଇ ପୁଣି।


ଅନ୍ୟାୟ ବିରୋଧେ ଲଢିବାର କାର୍ଯ୍ୟ

  ହେଲା ଏବେ ପ୍ରଯୋଜନ,

ଏକତ୍ରିତ ହୋଇ ଜାଗି ଉଠ ଭାଇ

  କର ମାତାର ସମ୍ମାନ।


ଜଗନ୍ନାଥ ନାମ ଜପମାଳି ହେଉ

 ପୂର୍ବ ଗୌରବକୁ ଚିହ୍ନ,

ଅଧିକାର ପାଇଁ ଜାଗି ଉଠ ଏବେ

 ଜନନୀକୁ ଏବେ ଚିହ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract