STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଦେଉଛି ଗୌରବ ନୂଆ ଭାରତ

ଦେଉଛି ଗୌରବ ନୂଆ ଭାରତ

1 min
360

ବୈଜ୍ଞାନିକ କାର୍ଯ୍ୟେ ଗୌରବାନିତ୍ଵଟି

  କରୁଅଛି ରାଷ୍ଟ୍ର ଜନେ,

ପୂର୍ବରୁ ସଂକେତ ଦିଅନ୍ତି ରାଷ୍ଟ୍ରକୁ

  ପ୍ରାକୃତିକ ନୀଳା ଜନେ।


ଅଟେ ପାଣିପାଗ ବିଭାଗ ଉତ୍ତମ

  ବର୍ଷାର ଦିଏ ସଂକେତ,

ଝଡ଼ ତୁଫାନର ଅଗ୍ରୀମ ସଂଦେଶ

  ବିଭାଗ କରେ ସଂକେତ।


ସମ୍ପତ୍ତି ସୁରକ୍ଷା ଜନଙ୍କ ସୁରକ୍ଷା

  ଏବେ ବୈଜ୍ଞାନିକ ହସ୍ତେ

ସଂକେତ ତାଙ୍କର ପୂର୍ବରୁ ହିଁ ଥାଏ

  ରାଷ୍ଟ୍ର ସୁରକ୍ଷିତ ହସ୍ତେ।


ନୂଆ ଭାରତର ନୂତନ ସପନ

  ସାକାର ହେଉଛି ଏବେ,

ବୈଜ୍ଞାନିକ ବାକ୍ୟ ସତ୍ୟ ହେଉ ଅଛି

  ଜନତା ଆଶ୍ଚର୍ଯ୍ୟ ଏବେ।


ପାଣିପାଗ ଦିଏ ବିଭାଗ ଯତ୍ନରେ

  ମିଥ୍ୟା ନ ଥାଏଟି କିଛି,

ସାବଧାନ ପୁଣି କରେ ସରକାରେ

  ଅନିଷ୍ଟ ନ ହେଉ କିଛି।


ଡିଜିଟାଲ ଏବେ ସମ୍ପୂର୍ଣ୍ଣ ଭାରତ

  ଶୀଘ୍ରତା ମିଳେ ଖବର,

ଶୀଘ୍ର ସାବଧାନ ଜନତା ହୁଅଇ

  ସୁରକ୍ଷା କରେ ନିଜର।


ଭାଗ୍ୟବାନ ଅମେ ନୂଆ ଭାରତରେ

  ସୁରକ୍ଷିତ ହିଁ କ୍ଷେତ୍ରରେ,

ଶକ୍ତିଶାଳୀ ସେନା ଗର୍ଜନ କରୁଛି

  ମାତୃଭୂମି ସୁରକ୍ଷାରେ।


ନୂଆ ଭାରତରେ ନୂତନ ଉମଙ୍ଗ

  ଗୁଞ୍ଜୁ ଅଛି ବିଶ୍ବ ସାରା,

ଆତ୍ମନିର୍ଭରଟି ହେଉଛି ଭାରତ

  ଆତ୍ମବିଶ୍ୱାସରେ ଭରା।


ଯୁବା ଓ ଯୁବତୀ କର୍ତ୍ତବ୍ୟେ ଭୂଷଣ

 ହସ୍ତରେ ନୂଆ ଭାରତ,

ନୂଆ ଇତିହାସ ଲେଖୁଛନ୍ତି ଯୁବା

 ଜନଜନ ଉତ୍ସାହିତ।


ରାମରାଜ୍ୟ ପରି ଶାସନ ଚାଲିଛି

 ସମଭାବ ମନ୍ତ୍ର ଏଠି,

ଅନ୍ୟାୟ ଦମନ ହୁଏ ନିତିଦିନ

 ଧର୍ମର ବିଜୟ ଏଠି।


ରାମଙ୍କ ବିଶାଳ ମନ୍ଦିର ବନୁଛି

 ଦିବ୍ୟ ଭବ୍ୟ ଅନୁରୁପେ,

ନଥିବ ତାପରି ବିଶ୍ବରେ ମନ୍ଦିର

  ହିନ୍ଦୁ ଆସ୍ଥା ଅନୁରୁପେ।


ନାହିଁ ଦୁଃଖୀ କେହୁ ପବିତ୍ର ଭୂମିରେ

  ପରିପୂର୍ଣ୍ଣ ସବୁ ଏଠି,

ରାଷ୍ଟ୍ରର ସଂସ୍କୃତି ଗୁଞ୍ଜୁଛି ବିଶ୍ବରେ

  କରନ୍ତି ଆଦର ସେଠି।


ବିଶ୍ବଗୁରୁ ପରି ଆଦର ବିଶ୍ବରେ

  ମାନନ୍ତି ଭାରତ କଥା,

ଗୁରୁ ବାକ୍ୟ ପରି ଗ୍ରହଣ କରନ୍ତି

  ନୂଆ ଭାରତର କଥା।

  

ଯେଉଁ ଦେଶେ ଜନ୍ମ ପ୍ରଭୁ କୃଷ୍ଣ ରାମ

  ଗୁଞ୍ଜେ ଜଗନ୍ନାଥ ନାମ,

ଅଦୁର୍ଶ ରୋଗର ଟିକା ଆବିଷ୍କାର

  ଟିକା ଲାଗୁ ଅଛି ଆମ।


ଡିଜିଟାଲ ଦ୍ବାରା ଭ୍ରଷ୍ଟାଚାର ଦୂର

  ଦେଶର ହୋଇଛି ମନ୍ତ୍ର,

କୃଷି କ୍ଷେତ୍ରେ ହୁଏ ଉନ୍ନତି ଅପାର

  ଗୁଞ୍ଜେ ବୈଜ୍ଞାନିକ ମନ୍ତ୍ର।


ଜନଜନ ସେବା ନିସ୍ବାର୍ଥ ଭାବରେ

 ନାହିଁ ଜାତିପ୍ରଥା ଏଠି,

ଭାରତ ମାତାର ସନ୍ତାନ ସମସ୍ତେ

 ଭେଦଭାବ ନାହିଁ ଏଠି।


ଜ୍ଞାନ ବିଜ୍ଞାନର ଉନ୍ନତି ହେଉଛି

 ହୁଏଟି ଧର୍ମ ପ୍ରଚାର,

ହିଂସାଭାବ ନାହିଁ ପବିତ୍ର ରାଷ୍ଟ୍ରରେ

  ପ୍ରଭୁ ଭକ୍ତି ନିରନ୍ତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract