STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଅପମାନ

ଅପମାନ

1 min
376

ଅପମାନ ଓ ଅହଙ୍କାର ଦୁଇଟି ପରିପୁରକ ଶବ୍ଦ ପରି,

ପରସ୍ପର ସହ ସହବନ୍ଧିତ ଘନିଷ୍ଠ ବନ୍ଧୁ କି ଯେପରି। 


କିଛି ପିମୁଡ଼ି ରୁଖାକୁ ଉଠିଗଲା ପରେ ହତବୁଦ୍ଧି ହୋଇ,

ଅପମାନିତ କରି ବସନ୍ତି ତଳେ ଥିବା ପିମ୍ପୁଡିଙ୍କୁ ଅହଙ୍କାରୀ ହୋଇ। 


ଅପରକୁ ତାଛଲ୍ୟ କରିବାରେ କେଜାଣି କି ମିଳିଯାଏ ଖୁସି,

ଅନ୍ୟର କ୍ଷୁଦ୍ରତାରେ ନିଜର ବଡ଼ପଣିଆର ଏ ଭଗ୍ନ ତାରକସି। 


ପରିସ୍ଥିତି ନବୁଝି ଅନ୍ୟର ଯିଏ ଦେଇଚାଲେ ତିର୍ଯ୍ୟକ ମନ୍ତବ୍ୟ,

ଆଘାତ ଦେବା ସହ ସହିବାକୁ ପଡ଼େ ଫେରନ୍ତା ଶରବ୍ୟ। 


ଅପମାନ ଘେନି ଆସେ ପ୍ରତିଶୋଧର କ୍ରୋଧିତ ତୋଫାନ,

କ୍ଷଣକରେ ଜାଳିଦିଏ ହସ ଲୁହ ଓ ସୁଖ ଦୁଃଖର ନିରୁତା, ଜୀବନ। 


ଅପର ଭିତରେ ଏଇ ଯେଉଁ ଅଶାନ୍ତିର ବୀଜ ସିଞ୍ଚିବାର କ୍ରିୟା,

ଫେରିଆସେ ଦାରୁ ହୋଇ ଭବିଷ୍ୟରେ ଭେଦିବାକୁ ହିଆ। 


ପ୍ରତିଟି ଅପମାନ ଲେଖି ଦିଏ ଯୁଗେ ଯୁଗେ ଗୋଟେ ଗୋଟେ ମହାଭାରତ,

ପ୍ରତିଟି ପ୍ରତିଶୋଧ ଯୁଦ୍ଧକ୍ଷେତ୍ରକୁ କରିଛି ସ୍ମଶାନ ଓ ରକ୍ତ ରଞ୍ଜିତ। 


ଏଇଠୁ ଆରମ୍ଭ ହୁଏ ଧର୍ମ ଓ ଅଧର୍ମର ବିଶାଳ ସଂଗ୍ରାମ,

ଧର୍ମ ଜୟ ହୁଏ ସତ କିନ୍ତୁ ଧୂଳିସାତ ହୋଇଥାଏ ଅନ୍ତର ମରମ। 


ଆସ ପ୍ରେମର ପତାକା ଧରି ଉଡ଼ାଇବା ନୀଳ ଆକାଶରେ,

ସଭିଙ୍କୁ ନିଜର ଭାବି ଭାତୃଭାବେ ତୋଳିନେବା ବାହୁ ବନ୍ଧନୀରେ। 


ମାନ ଅପମାନ ଯଶ ପ୍ରତିପତି ଏ ସବୁ ଭେଳିକିରେ ନ ମାତି ଏବେଠୁ,

ନିଜେ ଅପର ଭିତରେ ବଞ୍ଚିବାର କଳା ଶିଖିବା ଓ ଶିଖାଇବା ଏବେଠୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract