STORYMIRROR

KSHIRADRI SAHU

Abstract Inspirational

4  

KSHIRADRI SAHU

Abstract Inspirational

ସରସ୍ବତୀ ଦେବୀ ନମସ୍ତୁତେ

ସରସ୍ବତୀ ଦେବୀ ନମସ୍ତୁତେ

1 min
332

ବନ୍ଦଇ ସାରଦା ଜନନୀ ବ୍ରହ୍ମାଙ୍କର ଦୁଲଣୀ

ଶୁକ୍ଳ ବସନ ପରିଧାନୀ ହସ୍ତେ ବୀଣା ଧାରୀଣୀ।


ଚନ୍ଦ୍ରମା ବଦନେ ତୋର ମା କାଳିମା କେଶ ଶୋଭା

ରକ୍ତିମା କୁଙ୍କୁମ ଟୀକା ଯେ ଲଲାଟ ଦେଶେ ଉଭା।


କଜ୍ଵଳ ପୁରିତ ଜନନୀ ପଦ୍ମ ନେତ୍ର ଯୁଗଳେ

ଧବଳ ସୁମନ ମାଳା ଯେ ଲମ୍ବି ରହିଛି ଗଳେ।


କର ଯୁଗେ ବୀଣା ବାଦନୁ ଝରେ ଅମୃତ ରସ

ତୋହର ଶ୍ରୀମୁଖ ହସ ରେ ଜ୍ୟୋତି ହେଉ ପ୍ରକାଶ।


ଅମା ଅନ୍ଧକାର ବିନାଶ ମାଆ ମହୀ ମଣ୍ଡଳୁ

ଜ୍ଞାନ କରେ କର ପ୍ରକାଶ ତୋର ସ୍ମିତ ଅଧରୁ।


କୋମଳ ହୃଦୟ କୋଣରେ ଗହ୍ଵର ଅସୀମତ୍ୱ

ଜଗତ ଜନ ମନୋହରେ ସେହି ସ୍ଥାନେ ବାସିତ।


ମାଘ ମାସ ଶୁକ୍ଳ ପଞ୍ଚମୀ ତିଥି ର ସୁ ଆଗମନ

ପୁଜା ମଣ୍ଡପ ସାଜସଜାରେ ମା ହୁଅ ଆବାହନ।


ଅବିଳମ୍ବେ ଧରାବତରୀ ଯେ ନ କର ଉଛୁର

ତୁମ ଆଗମ୍ୟ ପୁଲକରେ ପିଲାଏ ବିଭୋର ।


ବିଦ୍ୟା ଅରଜନ ପ୍ରସିଦ୍ଧି ତୋର ଆଶିଷ ବଳେ

ନମଇଁ ଏ ଦୀନହୀନ ଝିଅ ମା ତୋ ଚରଣ ତଳେ।


ହଂସ ବାହିନୀ ବିଦ୍ୟାଦାତ୍ରି କରୁଅଛି ପ୍ରଣତୀ

ଆଶିଷ ପ୍ରଦାନମୋଠାରେ କରନ୍ତୁ ମା ଭାରତୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract