STORYMIRROR

KSHIRADRI SAHU

Inspirational

3  

KSHIRADRI SAHU

Inspirational

ଭିଜାମାଟିର ବାସ୍ନା

ଭିଜାମାଟିର ବାସ୍ନା

1 min
224

ଆହାଃ କେଡେ ସୁଗନ୍ଧିତ

କେତେ ମନ ମୋହିତ

ମାଟିର ଜୋସ୍ନା...

ମାଟିର ବାସ୍ନା...

ମନ ମୋର ହୁଏ ପୁଲକିତ

ଦେଖି ତାର ସ୍ୱରୂପିତ

ମଧୁର ସୁଗନ୍ଧ...

ସୁଦୂର ତୃଷ୍ଣା...

ଇଚ୍ଛା ହୁଏ ଥରେ ସେବନ କରେ

ମୁଣ୍ଡରେ ସ୍ପର୍ଶ କରିଯାଏ

ତାର ପବିତ୍ର ଧୂଳି...

ନିଆରା ଖୁସି...

ମାଟି ଯେତେବେଳେ ଭିଜିଭିଜି ଯାଏ

ସୁଗନ୍ଧ ପ୍ରସ୍ଫୁଟିତ ଚାରିଆଡେ ହୁଏ 

ମନ ରୁହେନି ସ୍ଥିର...

ହୁଏ ବିଚଳିତ...

ସତରେ କେତେ ଵାସୁଥାଏ

ଏ ଭିଜାମାଟିର ବାସନା ଟି

ଖୁସି ଲାଗେ ମନ...

ଖୁସି ଲାଗେ ସ୍ପନ୍ଦନ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational