STORYMIRROR

KSHIRADRI SAHU

Romance

4  

KSHIRADRI SAHU

Romance

ପ୍ରେମ ଦିବସ

ପ୍ରେମ ଦିବସ

1 min
359

ପ୍ରେମ ଦିବସ ରେ   ପାଶ୍ଚାତ୍ୟ ଦେଶର

    ପ୍ରଥା ମାନେ ନାହିଁ ମନ,

    "ଗୋଲାପ ଦିବସେ"   ଗୋଲାପି ସିନ୍ଦୂର

           ସିମନ୍ତେ ଦିଅ ମୋ ଧନ ।


"ପ୍ରସ୍ତାବ ଦିନ"ରେ    ତୁମ ପିତା ମାତା

     ବିବାହ ପ୍ରସ୍ତାବ ନେଇ,

    ମୋ ଗୃହେ ଆସନ୍ତୁ   କରି କଥା ବାର୍ତ୍ତା

           ଆମ ବାହାଘର ପାଇଁ।


"ଚକୋଲେଟ୍ ଦିବା"    ଆମ ପାଇଁ ଅବା

      କଣ୍ ଅଛି ପ୍ରୟୋଜନ

    ମିଠା ପ୍ରୀତି ରସେ    ପ୍ରେମେ ମଜ୍ଜି ଯିବା

        ରଚି ପୂଣ୍ୟ ସମ୍ମୋହନ ।


"ଟେଡି ଦିବସ" ରେ     ଆମର ପ୍ରଣୟ

      ସନ୍ତକ ର ପ୍ରାଣଟିଏ,

      ବିଭା କରି ମୋତେ   ପୂର୍ଣ୍ଣ କର ପ୍ରିୟ

                ଦେଇ କୋଳେ ଶିଶୁ ଟିଏ ।


"ପ୍ରତିଜ୍ଞା ଦିବସେ"   ପ୍ରତିଜ୍ଞା କର ହେ

    ମୋତେ ଛାଡ଼ି ଯିବ ନାହିଁ,

    ତୁମ ଦୁଃଖ ସୁଖ    ତୁମ ହସ ଲୁହେ

            ସଦା ରହିଥିବି ମୁହିଁ ।


"ଆଲିଙ୍ଗନ ଦିନେ"   ବାହୁ ବନ୍ଧନରେ

     ଦୁଇ ହୃଦୟ ମିଳନ,

     ସୁରକ୍ଷା କବଚ   ଥାଉ ମୋ ଉପରେ

             ପିଣ୍ଡେ ଥିବା ଯାଏଁ ପ୍ରାଣ ।


"ଚୁମ୍ବନ ଦିବସେ"   ମୋ ମଥାରେ ଚୁମା

    ଦେଇ ଦିଅ ପ୍ରାଣ ସଖା,

    ତୁମେ ସର୍ବ ମୋର    ପ୍ରୀତି ମାଧୁରିମା

            ରହି ପାରିବିନି ଏକା ।


"ପ୍ରେମ ଦିବସ" ରେ    ନିଅ ମୋର ଏହି

     ଦିବ୍ୟ ଉପହାର ସାଥୀ,

     ତନୁ ମନ ଆତ୍ମା     ସମର୍ପିଲି କହି

               ହେବା ପର୍ଯ୍ୟନ୍ତ ମୋ ଇତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance