STORYMIRROR

Ahalya dash

Romance

3  

Ahalya dash

Romance

ନିଷିଦ୍ଧ ନାୟିକା

ନିଷିଦ୍ଧ ନାୟିକା

1 min
262

ମୁଁ ତୁମ ଅପହଞ୍ଚ 

ଇଲାକାର ନିଷିଦ୍ଧ ନାୟିକା 

ବିନା ପ୍ରେମର ପ୍ରେମିକା......।


ତୁମେ ଜାଣ କିଏ ତୁମ 

ଇଚ୍ଛାର ଇଶ୍ୱରୀ ,ହୃଦୟେଶ୍ୱରୀ 

ଭାବର ଭାବନା ପୁଣି 

ଶବ୍ଦର ସଙ୍ଗିନୀ ,କଳ୍ପନାର ରାଣୀ 

ଅସରନ୍ତି ତୃଷ୍ଣାର ନିର୍ଝରିଣୀ 

ସୁହାଗିନୀ ,ତୁମ ମନ ମୋହିନୀ....।


ମୁଁ କେବଳ ଏତିକି ଜାଣିଛି 

ଅନୁଭବ କରିଛି 

ମୁଁ ତୁମର କିଛି ନୁହେଁ ବୋଲି 

ଅମାପ ଦୂରତା ସମ୍ପର୍କର 

ପାଦତଳେ ଖାଲି ଚୋରାବାଲି......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance