STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଶେଷ ଫଗୁଣର ଚିଠି

ଶେଷ ଫଗୁଣର ଚିଠି

1 min
318


ତୁମେ ଗଲା ପରେ ଖାଲି ଖାଲି ସବୁ

ସମୟ କରଇ ବାଦ

ସପନ ଆସେନି ଆଖିରେ ମୋ ଆଉ

ଆସେ ନାହିଁ ବୋଲି ନିଦ


 ଭାବିଲି ଲେଖିବି ନୂଆ ଗୀତଟିଏ

ଅଧା ଚେଇଁ ଅଧା ଶୋଇ

ଲାଗିଲା ଯେମିତି ସବୁ ଶବ୍ଦ ମୋର

ତୁମେ ତ ଯାଇଛ ନେଇ

ଗୋଟିଏ ପଦ ମୁଁ ଭାବିଲା ବେଳକୁ 

ଭୁଲିଯାଏ ଆର ପଦ ....

ସମୟ କରଇ ବାଦ


ଏକା ଏକା କିଛି ଲାଗେ ନାହିଁ ଭଲ

ତୁମ କଥା ଖାଲି ଭାବେ

ନିଜ ଅଜାଣତେ ଦିନ ଗଣୁଥାଏ

ଦେଖା ହେବ ପୁଣି କେବେ

ତୁମେ ନାହଁ ବୋଲି ତାଳଲୟ ମୋର

ହରେଇ ବସୁଛି ଛନ୍ଦ

ସମୟ କରଇ ବାଦ ...


ଲାଗୁଛି ଯେମିତି ଚେଇଁ ଚେଇଁ ପଢେ

ଶେଷ ଫଗୁଣର ଚିଠି

ମନ ଉଆସ ମୋ ଖାଲି ଖାଲି ଆଜି

ସତେ ଏକ ଭୂତକୋଠି

ଜୋଛନା ସାଉଁଳା ରାତି ଦିଏ ମୋତେ

ତୁମ ଲାଗି ଅପବାଦ

ସମୟ କରଇ ବାଦ ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance