ଶେଷ ଫଗୁଣର ଚିଠି
ଶେଷ ଫଗୁଣର ଚିଠି
ତୁମେ ଗଲା ପରେ ଖାଲି ଖାଲି ସବୁ
ସମୟ କରଇ ବାଦ
ସପନ ଆସେନି ଆଖିରେ ମୋ ଆଉ
ଆସେ ନାହିଁ ବୋଲି ନିଦ
ଭାବିଲି ଲେଖିବି ନୂଆ ଗୀତଟିଏ
ଅଧା ଚେଇଁ ଅଧା ଶୋଇ
ଲାଗିଲା ଯେମିତି ସବୁ ଶବ୍ଦ ମୋର
ତୁମେ ତ ଯାଇଛ ନେଇ
ଗୋଟିଏ ପଦ ମୁଁ ଭାବିଲା ବେଳକୁ
ଭୁଲିଯାଏ ଆର ପଦ ....
ସମୟ କରଇ ବାଦ
ଏକା ଏକା କିଛି ଲାଗେ ନାହିଁ ଭଲ
ତୁମ କଥା ଖାଲି ଭାବେ
ନିଜ ଅଜାଣତେ ଦିନ ଗଣୁଥାଏ
ଦେଖା ହେବ ପୁଣି କେବେ
ତୁମେ ନାହଁ ବୋଲି ତାଳଲୟ ମୋର
ହରେଇ ବସୁଛି ଛନ୍ଦ
ସମୟ କରଇ ବାଦ ...
ଲାଗୁଛି ଯେମିତି ଚେଇଁ ଚେଇଁ ପଢେ
ଶେଷ ଫଗୁଣର ଚିଠି
ମନ ଉଆସ ମୋ ଖାଲି ଖାଲି ଆଜି
ସତେ ଏକ ଭୂତକୋଠି
ଜୋଛନା ସାଉଁଳା ରାତି ଦିଏ ମୋତେ
ତୁମ ଲାଗି ଅପବାଦ
ସମୟ କରଇ ବାଦ ...

